ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବୀ ପତ୍ର ପ୍ରଦାନ କଲା ପାଚିକା, ସହାୟିକା ସଂଘ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଓଡିଶା ମଧ୍ୟାହ୍ନଭୋଜନ ପାଚିକା, ସହାୟିକା ସଙ୍ଗଠନ ଏବଂ ସି.ଆଇ.ଟି.ୟୁ ବନ୍ତ ବ୍ଲକ କମିଟି ପକ୍ଷରୁ ୯ ଦଫା ଦାବୀ ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରେଇଙ୍କୁ ପ୍ରଦାନ କରାଯାଇଛି । ବ୍ଲକ କମିଟି ନେତା ମହେଶ୍ୱର ନାୟକଙ୍କ ନେତୃତ୍ୱରେ ନାରାୟଣ ଚନ୍ଦ୍ର ଲେଙ୍କା, ଉତ୍ତମ ପାତ୍ର, ସତ୍ୟଭାମା ସାହୁ, ତିଳୋତ୍ତମା ଶଂଖୁଆ, ଅନସୂୟା ରଣା, କାଞ୍ଚନ ଖିଲାର, କୁଞ୍ଜଲତା ସାହୁ, ସୁକାନ୍ତୀ ମଇକାପ, ଶୁକମଣି ଜେନା, ତୁଳସୀ ବେହେରା, କୁମୁଦିନୀ ରାଉତ, ମେନକା ସାହୁ, କମଳା ବେହେରା, ଶାନ୍ତିଲତା ଦାସ, ଜୟନ୍ତୀ ବିଶ୍ୱାଳ, ପୁଷ୍ପାରାଣୀ ସାହୁ, ମେନକା ଜେନା, ଶାନ୍ତିଲତା ବାରିକ, ତିଳୋତ୍ତମା ବାରିକ, ବାସନ୍ତୀ ସାହୁ ପ୍ରମୁଖ ହାତରେ ବ୍ୟାନର ଧରି ଶୋଭାଯାତ୍ରାରେ ଯାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚି ଦାବୀ ପତ୍ର ପ୍ରଦାନ କରିଥିଲେ । ୯ ଦଫା ଦାବୀ ମଧ୍ୟରେ ସ୍କିମ୍ ପ୍ରଥା ଉଚ୍ଛେଦ କରି ସ୍ଥାୟୀ କର୍ମଚାରୀ ମାନ୍ୟତା, ମାସିକ ବେତନ ସର୍ବନିମ୍ନ ୨୧ ହଜାର ଟଙ୍କା ପ୍ରଦାନ, ବକେୟା ୨୮ ମାସର ବର୍ଦ୍ଧିତ ବେତନ ପ୍ରଦାନ, ବର୍ଷକୁ ୨ ଖଣ୍ଡ ଶାଢୀ ପ୍ରଦାନ, ଛଟେଇ ହୋଇଥିବା ପାଚିକା, ସହାୟିକା ମାନଙ୍କୁ ପୁନଃ ନିଯୁକ୍ତି, ଅବସର ବୟସ ୬୦ ପରିବର୍ତ୍ତେ ୬୨ କରିବା, ସମସ୍ତଙ୍କୁ ପେନସନ, ବୀମାରାଶି, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ବେଆଇନ ଛଟେଇ ବନ୍ଦ କରିବା ଆଦି ଉଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ