ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ବିଭିନ୍ନ ଦାବି ନେଇ ଓଡିଶା ଅଣ -ଗଜେଟେଡ୍ ବନସେବା ସଂଘ ଗଞ୍ଜାମ ଜୋନ୍ ଶାଖା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ବନ ବିଭାଗ କର୍ମଚାରୀଙ୍କ ପାଇଁ ସ୍ପେଷାଲ ଷ୍ଟ୍ରାଇକିଙ୍ଗ ଫୋର୍ସ ଗଠନ କରାଯିବା, ଫିଲ୍ଡ ଫରେଷ୍ଟ ଅଫିସରଙ୍କ ସ୍ୱତନ୍ତ୍ର ୱେଲଫର ଫଣ୍ଡ କରାଯିବା, ସମସ୍ତ କର୍ମଚାରୀଙ୍କୁ ସମସ୍ତ ବିଭାଗରେ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବା. ବିଟ୍‌, ସେକ୍ସନ ଓ ରେଞ୍ଜର ସମୀକରଣ କରିବା ଓ ତେଲେଙ୍ଗାନା ରାଜ୍ୟ ଭଳି ସହୀଦ ବନ ବିଭାଗ କର୍ମଚାରୀଙ୍କ ପାଇଁ ଆନୁକମ୍ପା ସହାୟତା ରାଶି ଘୋଷଣା କରାଯିବା ସମେତ ବିଭିିନ୍ନ ଦାବି ନେଇ ଏହି ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଓଡିଶା ଅଣ -ଗଜେଟେଡ୍ ବନସେବା ସଂଘର ରାଜ୍ୟ ଶାଖା ସହ ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ ରତ୍ନ, ଗଞ୍ଜାମ ଜୋନ୍ ସମ୍ପାଦକ ଅମରେଶ ଦାଶ, ବ୍ରହ୍ମପୁର ବନଖଣ୍ଡ ସଭାପତି ସୋମନାଥ ମଲ୍ଲିକ, ବ୍ରହ୍ମପୁର ବନଖଣ୍ଡ ସମ୍ପାଦକ ବାବୁ ସେଠୀ, ସର୍କଲ ସଂଗଠକ ରାଜୀବ କୁମାର ପାତ୍ର ଓ ଗଞ୍ଜାମ ଜୋନ୍ ଉପଦେଷ୍ଠା ଗିରିଶକୁମାର ରୟଙ୍କ ସମେତ ବନ ବିଭାଗର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ