ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ସଫଳ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆସନ୍ତା ଅକ୍ଟୋବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଗସ୍ତକୁ ସଫଳ ପାଇଁ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଆୟୋଜିତି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ, ଯୁବ ବିଜେଡି ସଭାପତି ଏସ୍‌. ଲିଙ୍ଗରାଜୁ, ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ଆଲୋଚନା କରିଥିଲେ । ଆଗାମୀ ୧ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଜପତିରେ ସ୍ମାର୍ଟ ହେଲଥ କାର୍ଡ ଶୁଭାରମ୍ଭ ସହ ବହୁ ପ୍ରତୀକ୍ଷିତ ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା ନିର୍ମାଣର ଶୁଭ ଉଦ୍‌ଘାଟନ ଆଦି କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ