ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ୨୪ତମ ପ୍ରତିଷ୍ଠା ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ବ୍ଳକ ଓ ପୌରାଂଚଳ ବିଜେଡ଼ି ମିଳିତ ଭାବେ ଶନିବାର ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।ନଗର ବିଜେଡ଼ି ସଭାପତି ଭୀମସେନ ବେହରାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଶନିବାର ପୂର୍ବାହ୍ନରେ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରୁ କ଼ର୍ମୀ ମାନେ ହାତରେ ଦଳୀୟ ପତକା ଧରି ଏକ ବିରାଟ ଶେଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ବିଜୁ ବାବୁ ଅମର ରହେ – ନବୀନ ବାବୁ ଜିନ୍ଦାବଦ ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁବାବୁଙ୍କ ପ୍ରର୍ତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସମ୍ମୁଖରେ ଅବସ୍ଥାପିତ ବିଜୁ ବାବୁଙ୍କ ପ୍ରର୍ତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଂପୃକ୍ତ ସ୍ଥାନରେ ଏକ ସଭାର ଆୟୋଜନ କରାଯାଇଥିଲା । ନଗର ବିଜେଡ଼ି ସଭାପତି ଭୀମସେନ ବେହରାଙ୍କ ଆୟୋଜିତ ସଭାରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୂର୍ବତନ ବିଧାୟକ ହରିହର ସାହୁ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡ଼ି ନେତା ଡ଼ି. ବିଶ୍ୱନାଥ ପ୍ରମୁଖ ମଂଚାସୀନ ଥିଲେ । ମଂଚାସୀନ ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହ ରାଜ୍ୟରେ ବିଜେଡ଼ି ୧ନଂ ଦଳ ହୋଇରହିଛି ଏବଂ ଭବିଷ୍ୟତରେ ୧ନଂ ଦଳ ହୋଇ ରହିବ ବୋଲି କହିଥିଲେ ।ଆଗକୁ ପୌର ନିର୍ବାଚନ ଓ ଆସ୍ତା ବର୍ଷରେ ପଂଚାୟତ ନିର୍ବାଚନ ରହିଥିବା ବେଳେ ସମସ୍ତ ଦଳୀୟ କର୍ମୀ ମିଳିମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଆହୁରି ଟାଣ କରିବାରେ ସହାୟକ ହେବା ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହିଂଜିଳିକାଟୁ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପ୍ୟାରୀମୋହନ ପାଢି, ହିଂଜିଳି ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଅଜୟ କୁମାର ମହାରଣା, ସରୋଜୁ ପଣ୍ଡା, କିରଣ ପଟ୍ଟନାୟକ, ଶରତ ସାବତ, ରାମଚନ୍ଦ୍ର ମହାପାତ୍ର, ସରଂପଚ ଭାଣ୍ଡି ରବିନ୍ଦ୍ର, ଉମା ଶଙ୍କର ସାବତ, ସନ୍ତୋଷ କୁମାର ମହାରଣା, କାହ୍ନୁ ଚୌଧୁରୀ, ଚନ୍ଦନ ପାତ୍ର, ପୁର୍ଣ୍ଣ ଗୌଡ, ତପନ କୁମାର ସାହୁ଼ଙ୍କ ସମେତ ବ୍ଳକର ବହୁ ଜିଲ୍ଲା ପରିଷଦ ସଭ୍ୟ, ସରଂପଚ, ସମିତିସଭ୍ୟ, ପୂର୍ବତନ ସରଂପଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଛାତ୍ର ବିଜେଡ଼ି, ପୂର୍ବତନ କାଉନସିଲର ବୃନ୍ଦ, ବିଜୁ ଯୁବ ବାହୀନି ସଦସ୍ୟ ଏବଂ ବହୁ ବିଜେଡ଼ି କର୍ମୀ ଅଂଶ ଗ୍ରହଣ କରିଥିଲେ ।