ଗଜପତିରେ କଂଗ୍ରେସର ସ୍ଥିତି ସୁଦୃଢ ପାଇଁ ଜନସମ୍ପର୍କ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କଂଗ୍ରେସର ସ୍ଥିତି ସୁଦୃଢ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଜିଲ୍ଲାର ଗୁମ୍ମା ବ୍ଲକରେ ଜିଲ୍ଲା କଂଗ୍ରେସ ଜନସମ୍ପର୍କ ଯାତ୍ରା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ ଜନସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି । ଟି.ଉକୁରା ଗ୍ରାମ ଠାରେ ଥିବା ଏକ ଚର୍ଚ୍ଚରେ ପ୍ରଥମେ କେକ କାଟି ସମସ୍ତଙ୍କୁ ବଡ ଦିନର ଅଭିନନ୍ଦନ ଜଣାଇ ଗସ୍ତର ଶୁଭାରମ୍ଭ କରିଥିଲେ । ଏହାପରେ ଶ୍ରୀ ନାଇଡୁ କୁଡାମ, ରାଗିଡି, ଡୁମ୍ବାଡା, ତାମେଇଗରଜା, ସାରୁବୁଡା, ବଡକଳାକୋଟ, ତୁମକର ପ୍ରଭୃତି ଚର୍ଚ୍ଚରେ କେକ କାଟିଥିଲେ । ଏହି ଅବସରରେ ସାରୁବୁଡା-ଲାବସିଂ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀ ଶ୍ରୀ ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ସ୍ଥାନୀୟ ଲୋକମାନଙ୍କ ଅସୁବିଧାକୁ ଦେଖି ଖୁବ ଶୀଘ୍ର ସ୍ଥାନୀୟ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍ ଟାୱାର ନିର୍ମାଣ ନେଇ ସେ ଦିଲ୍ଲୀରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ଏହି ଅବସରରେ ତୁମକର ଗ୍ରାମକୁ ଯାଇ ଗଜପତି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ କିର୍ତ୍ତନ ଶବରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗୁମ୍ମା ବ୍ଲକର ଯୁବନେତା ତଥା ଭାଜପା ଯୁବ ମୋର୍ଚ୍ଚା ସଭାପତି ମାନତ ଶବର ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ସବୁ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଉପାଧ୍ୟକ୍ଷା ଗୀତା ଭୂୟାଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବେର୍ନିକ ଗମାଙ୍ଗ, ଗଜପତି ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ମନୋଜ ସାହୁ, ଲଳିତା ଶବର, ପରେଶ ରଇତ, ଅବିୟ ରଇତ, ଯିଶି ଗମାଙ୍ଗ, ପ୍ରଶାନ୍ତ ଶବର, ସିମିଅ ଶବର, ନାଥନ କାର୍ଯୀ, ପ୍ରଦୀପ ରଇତ, ଆପଲ ଗମାଙ୍ଗ, ଶିବରାମ ପାତ୍ର, ବୃନ୍ଦାବନ ଖଟେଇ, କିଶୋର କପୁର, ପତିତ ଗନ୍ତାୟତ, ତତସତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ