ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଖାରଜ କରାଯାଉ : ପିତାମ୍ବର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ପତ୍ରରେ ୨ ଟି ତୃଟି ରହିଛି ।ପ୍ରଥମ ତୃଟି ହେଉଛି କି, ମୁଖ୍ୟମନ୍ତ୍ରୀ ଆଫିଡ଼ିବିଟିରେ ଯେଉଁ ସ୍ଥାନରେ ଦସ୍ତଖତ କରିବା କଥା ସେହି ସ୍ଥାନରେ କରିନାହାନ୍ତି । ଅନ୍ୟପଟେ କୋଇଲା ଦୁର୍ନିତିରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ୨୫ ନଭେମ୍ବର ୨୦୧୭ ରେ ଜେରା କରିବା ଘଟଣା, ସେ ତାଙ୍କ ପ୍ରାର୍ଥୀପତ୍ରରେ ଦର୍ଶାଇ ନାହାନ୍ତି ।ଏଣୁ ତୁରନ୍ତ ରିଟର୍ଣ୍ଣି ଅଫିସର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଖାରଜ ଏବଂ ତାଙ୍କୁ ନିର୍ବାଚନ ଲଢିବାରୁ ଅସିଦ୍ଧ ଘୋଷଣା କରନ୍ତୁ ବୋଲି ହିଞ୍ଜିଳିର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଉପସଭାପତି ଓ ମୁଖପାତ୍ର ପିତାମ୍ବର ଆଚାର‌୍ୟ୍ୟ ଗୁରୁବାର ଅପରାହ୍ନରେ ହିଞ୍ଜିଳି ଗ୍ରସ୍ତରେ ଆସି ଦାବୀ କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଆଚାର‌୍ୟ୍ୟ ଗୁରୁବାର ଅପରାହ୍ନରେ ହିଞ୍ଜିଳି ଗ୍ରସ୍ତରେ ଆସି ସର୍ବପ୍ରଥମେ ସ୍ଥାନୀୟ ଅଂଚଳର ଇଷ୍ଟଦେବୀ ମା’ ଶ୍ୟାମଳାଇଙ୍କ ଆଶିଷ ଭିକ୍ଷା କରିଥିଲେ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ସ୍ୱାଗତ ଜଣାଇଥିଲେ । ପରବର୍ତୀ ସମୟରେ ସ୍ଥାନୀୟ ଅଂଚଳର ବିଜେପି କର୍ମୀ ମାନଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିଥିଲେ । ଦଳକୁ ମଜବୁତ କରିବା ସହ ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରେ ଯେପରି ବିଜେପି ସରକାର ଗଢି ଉଠିବ ସେ ନେଇ ମତବ୍ୟକ୍ତ କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ଆଚାର‌୍ୟ୍ୟଙ୍କ ହିଞ୍ଜିଳି ଗ୍ରସ୍ତ ସମୟରେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ତଥା ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର, ନଗର ସଭାପତି ମାଧବ ଗୌଡ଼, ଉପାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଶ୍ମିତା ବେହେରା, ନଗର ବିଜେପି ସାଧାରଣ ସମ୍ପାଦକ ଭୂବନେଶ୍ୱର ନାହାକ, କଂଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ବିକାଶ ଆଚାର‌୍ୟ୍ୟ, ପ୍ରଭାକର ଦାସ, ପ୍ରଶାନ୍ତ ବେହେରା, ଉଜ୍ଜଳ ପୋଲାଇ, ହିଞ୍ଜିଳ ପ୍ରଭାରୀ ଶେଷଦେବ ପଣ୍ଡା, ଗଣ୍ଡଳା ମଣ୍ଡଳ ସଭାପତି ଉମାକାନ୍ତ ପାଢିଙ୍କ ସମେତ ଶତାôଧକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ