ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

କେନ୍ଦ୍ରାପଡା – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ କେନ୍ଦ୍ରାପଡା ନଜୱାନ ୟୁନିଅନ ପକ୍ଷରୁ ସଭାପତି ମହମ୍ମଦ ମୀର ଅମୀରଙ୍କ ନେତୃତ୍ୱରେ ଯୁବକମାନେ ଭୁବନେଶ୍ୱରସ୍ଥିତ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶାର ସର୍ବପୁରାତନ ଓ ସର୍ବ ଶ୍ରେଷ୍ଠ ସୁନାମଧନ୍ୟ ବେସରକାରୀ ମହାବିଦ୍ୟାଳୟ ଭାବେ ସାରା ରାଜ୍ୟରେ ପରିଚିତି ହାସଲ କରିଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଗଲେ ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଜିଲ୍ଲା ତଥା ନିକଟସ୍ଥ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଂଚିତ ହେବେନାହିଁ । ଏତଦଭିନ୍ନ ଅନ୍ୟରାଜ୍ୟ ଗୁଡିକରେ ମୁସଲମାନଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାରେ ମୁସଲମାନଙ୍କ ନିମନ୍ତେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରାଯିବା ଏବଂ କେନ୍ଦ୍ରାପଡା ସହରର ମେହମୁଦାବାଦସ୍ଥିତ ଅଲ ଫାରୁକ ଏଜୁକେଶନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଜାମିଆ ପରିସରରେ ଏକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ପ୍ରତିଷ୍ଠା ସହ ସେଠାରେ ମୁସଲିମ ଛାତ୍ରଙ୍କ ନିମନ୍ତେ ଏକଶତ ଛାତ୍ର ରହିବା ପାଇଁ ଛାତ୍ରାବାସ ନିର୍ମାଣ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୟୁନିଅନର କାର୍ଯ୍ୟକାରି ସଭାପତି ସେକ ଏହେସାନ ଓ ଅବରାର ଖାନ, ଉପସଭାପତି ପଦ୍ମନାଭ ସାହୁ, ସେକ ଇମ୍ରାନ, ଆଳି ଶାଖା ସଭାପତି ଅବଦୁଲ ମତିନ, ସମ୍ପାଦକ ଆଝାରୁଦ୍ଦିନ ଖାନ, କୃଷ୍ଣଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ମାଝି, ଇନାମୁଲ ହକ, ମହମ୍ମଦ ସରିଫ, ସେକ ଅକ୍ତର, ମହମ୍ମଦ ମୁସ୍ତକିମ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ