ମୁଖ୍ୟମନ୍ତ୍ରୀଙ୍କ ରିଲିଫଫଣ୍ଡ କୁ ପାଠାଗାର ତରଫରୁ ସହାୟତା

ହିଂଜିଲିକାଟୁ,(ଓ୍ବାଇଏନ୍ଏସ୍):ମହାମାରୀ କରୋନା ଏବେ ବୈଶ୍ବିକ ଆତଙ୍କ ଭାବେ ଉଭା ହୋଇଛି।ଏହାକୁ ଦୃଢ଼ ପ୍ରତିହତ କରିବା ସମସ୍ତ ଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି।ଏହି ଜାତୀୟ ବିପତ୍ତି କୁ ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।ଏଣୁ ନିଜ ନିଜ ସାମର୍ଥ୍ୟ ଅନୁସାରେ ବଦାନ୍ୟ ବ୍ୟକ୍ତି ବିଶେଷ ଙ୍କ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସହାୟତାର ହାତ ବଢ଼ାଇଛନ୍ତି।ଏହି କ୍ରମରେ ହିଂଜିଳି ବ୍ଲକ ଦୁର୍ବନ୍ଧ ଗ୍ରାମ ସ୍ଥିତ ଗ୍ରାମୋନ୍ନତି ପାଠାଗାର ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଶୁକ୍ରବାର ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୭ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହି ସମୟରେ ସଭାପତି ବାଳକୃଷ୍ଣ ପାଢ଼ୀ, ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତି ଓ ରାମହରି ଶର୍ମାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।କରୋନା ନିୟମକୁ ପାଳନ କରିବା ସହ ଉପସ୍ଥିତ ସଦସ୍ୟ ମାନେ ମୁଁହରେ ମାସ୍କ ଏବଂ ସମାଜିକ ଦୂରତ୍ୱ ବଜାୟରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ