ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଫରେଷ୍ଟ ପାର୍କ ପ୍ରାତଃଭ୍ରମଣ ଆସୋସିଏସନ (ବିଜୁ ପଟ୍ଟନାୟକ ପାର୍କ)ର ସଭାପତି ଶ୍ରୀ ଦୁର୍ଗାଚରଣ ଦାଶଙ୍କ ନେତୃତ୍ୱରେ ପାର୍କର ସଭ୍ୟମାନେ ଏକଲକ୍ଷ ଟଙ୍କା ଆଦାୟ କରି ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଭିଡ଼-୧୯ ପ୍ରପୀଡ଼ିତ ଗରିବ ଏବଂ ନିଷ୍ପେସିତ ବ୍ୟକ୍ତିମାନଙ୍କ ଚକିତ୍ସା ପାଇଁ ଦେବାକୁ ସ୍ଥିର କରିଥିଲେ । ବର୍ତ୍ତମାନ ଆଦାୟ ହୋଇଥିବା ଏକଲକ୍ଷ ଟଙ୍କାର ଚେକ୍ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ବାସଭବନରେ ମନ୍ତ୍ରୀ ମହୋଦୟଙ୍କୁ ପ୍ରଦାନ କରିଥିଲେ । ଏଥିରେ ପାର୍କର କର୍ମକର୍ତ୍ତା ଶ୍ରୀ ଦୁର୍ଗାଚରଣ ଦାଶ, ଶ୍ରୀ ପ୍ରଶାନ୍ତ ପରିଡ଼ା, ଶ୍ରୀ କୁଳମଣି ନାୟକ, ଶ୍ରୀମତୀ ଲିଳାବତୀ ସାହୁ ଓ ଶ୍ରୀ ରଣଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ