ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଜୟ ଜବାନ୍ ମତ୍ସ୍ୟ ବ୍ୟବସାୟୀ ସଂଘର ୨ଲକ୍ଷ ଟଙ୍କା ଦାନ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ପାଇଁ ୟୁନିଟ୍-୪ସ୍ଥିତ ଜୟ ଜବାନ୍ ମତ୍ସ୍ୟ ସଂଘର ସମସ୍ତ ସଦସ୍ୟଙ୍କ ତରଫରୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସଂଘର ସମ୍ପାଦକ ଜମ୍ବେଶ୍ୱର ମଲ୍ଲିକ କହିଛନ୍ତି, କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସଂଘ ପକ୍ଷରୁ ୨ଲକ୍ଷ ଟଙ୍କାର ସହାୟତା (ଚେକ୍ ଆକାରରେ) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଦାନ କରାଯାଇଛି । ପୂର୍ବତନ କର୍ପୋରେଟର୍ ନରେନ୍ ସାହୁଙ୍କ ନେତୃତ୍ୱରେ ମୁଖ୍ୟ ଉପଦେଷ୍ଟା ଶେଖ୍ ମୁସ୍ତଫା, କୋଷାଧ୍ୟକ୍ଷ ମହମ୍ମଦ ମହତାବ୍ ଆଲମ୍, କମିଟି ସଭ୍ୟ ମହମ୍ମଦ ମାଲିକ୍ ଖାନ୍, ଶେଖ୍ ମୁବାରକ୍, ସୟଦ୍ ସମ୍ଶେର୍ ଅଲ୍ଲୀ, ସର୍ଦ୍ଦାର୍ ଖାନ୍, ଶେଖ୍ କୁଦ୍ଶ୍ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଚେକ୍ ପ୍ରଦାନ କରିଛନ୍ତି ।