ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା
ପାରାଦ୍ୱୀପ (ପୀତବାସ ପ୍ରଧାନ) : ମହାମାରୀ କରୋନା ସମୟରେ ରାଜ୍ୟ ତଥା ଦେଶର ଅର୍ଥନୀତି ଉଯୁଡିବାରେ ଲାଗିଛି । ଏହି ସମୟରେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପାରାଦ୍ୱୀପ ବିଭିନ୍ନ ଗଣ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ପାରାଦ୍ୱୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ, ପାରାଦ୍ୱୀପ ଟ୍ରକ୍ ମାଲିକ ସଂଘ, ଜଗତସିଂହପୁର ଟ୍ରକ ମାଲିକ ସଂଘ, ଓଡିଶା ସାମୁଦ୍ରିକ ମତ୍ସ୍ୟଉତ୍ପାଦକ ସଂଘ, ପାରାଦ୍ୱୀପ ପୋର୍ଟ ବଣିକ ସଂଘ, ବୃନ୍ଦାବନ କଲୋନୀ ର ବସ୍ତି ସୁରକ୍ଷା ସଂଘ ସମେତ ଅବସରପ୍ରାପ୍ତ ବନ୍ଦର କର୍ମଚାରୀ ପ୍ରଭାକର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତରାଇଙ୍କ ଝିଅ ପିତାମ୍ବରୀ ମହାପାତ୍ର, ବିଶ୍ୱାଳୀ ଗ୍ରାମର ଦିବ୍ୟାଙ୍ଗ ଛାତ୍ରୀ ଇପ୍ସିତା ମହାପାତ୍ର, ଡିଏଭି ପବ୍ଳିକ୍ ସ୍କୁଲର ଛାତ୍ରୀ ନଳିନୀ ପ୍ରିୟଦର୍ଶନୀ ଦାଶ ଓ ପଦ୍ମିନୀ ପ୍ରିୟଦର୍ଶନୀ ଦାଶ ପ୍ରମୁଖ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ।