ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ ଦେଲେ ଯୁବ ବ୍ୟବସାୟୀ
ପାରାଦ୍ୱୀପ (ପୀତବାସ ପ୍ରଧାନ): ପାରାଦ୍ୱୀପର ଯୁବ ବ୍ୟବସାୟୀ ଚଗଲା ସାହୁ ଗୁରୁବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍-୧୯ ରିଲିଫ ଫଣ୍ଡକୁ କୋଡିଏ ହଜାର ଚାରିଶହ କୋଡିଏ ଟଙ୍କା ଦାନ କରିଛନ୍ତି । ପାରାଦ୍ୱୀପ ବଡପଡିଆ ବିଜୟା ମାର୍କେଟରେ ତେଜରାତି ଦୋକାନ କରି ପରିବାର ପ୍ରତି ପୋଷଣ କରୁଥିବା ଚଗଲା ଏଭଳି ବିଶ୍ୱ ବିପତି ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନିଜ ରୋଜଗାର ରୁ ଅର୍ଥ ପ୍ରଦାନ କରି ନିଜକୁ ଖୁସି ଅନୁଭବ କରିଥିବା କହିଛନ୍ତି । ଚଗଲାଙ୍କ ସହିତ ତାଙ୍କର ଶୁଭେଚ୍ଛୁ ରତ୍ନାକର ଜେନା, ସୁଶୀଲ ମହାପାତ୍ରଙ୍କ ଉପସ୍ଥିତିରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଚେକ୍ ହସ୍ତାନ୍ତର କରିଛନ୍ତି ।