ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି -୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବି. ଏନ. ପେଲେସ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି-୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏଥିରେ ଯୋଗଦେଇ ଜିଲ୍ଲାର ଲୋକକଳାକୁ ବଞ୍ଚାଇବା ସହ ପ୍ରଚାର ପ୍ରସାର କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିବାକୁ କଳାକାର ମାନେ ଉଦ୍ୟମ କରି ବାକୁ କହିଥିଲେ, ଜିଲ୍ଲାର ସାତ ଗୋଟି ବ୍ଲକର ଗୋଷଣୀ, ଗୁମ୍ମା, କାଶୀନଗର, ମୋହନା, ନୂଆଗୁଡା ରାୟଗଡା, ରା. ଉଦୟଗିରି, ପ୍ରତିଯୋଗିତାରେ ଭାଗନେଇ ଥିଲେ, ଉକ୍ତ ପ୍ରତିଯୋଗିତା ରେ ପ୍ରଥମ ରା. ଉଦୟଗିରି ବ୍ଲକ, ଦ୍ୱତୀୟ ଗୋଷଣୀ ବ୍ଲକ, ତୃତୀୟ ରାୟଗଡା ବ୍ଲକର କଳାକାର ମାନେ ହୋଇଥିବା ବେଳେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିତା ମାନଙ୍କୁ ମାନ ପତ୍ର ସହ ଟ୍ରଫି ଜିଲ୍ଲାପାଳ ପ୍ରଦାନ କରିଥିଲେ. ଏହି ଦଳଗୁଡିକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ କ୍ଷ ଅନ୍ୟ ଲୋକ କଳା ଦଳ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା କ୍ଷ ବିଚାରକ ଭାବେ ନରସିଂହ ପଟ୍ଟନାୟକ, ଦେବେନ୍ଦ୍ର ଦାସ, ରଘୁନାଥ ପାତ୍ର, ଇନ୍ଦ୍ରା ପଟ୍ଟନାୟକ, ଡି. ପ୍ରିୟଙ୍କା ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତାପସ୍ୱନୀ ହାସଡ଼ା ପରିଚାଳନା କରିଥିଲେ.

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ