ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୫୧ ହଜାର ଟଙ୍କା ଦେଲେ ପୋଇରାଶି ସରପଞ୍ଚ ସୁନିତା
ଗଞ୍ଜମ:ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଂଚୟତ ସରପଞ୍ଚ ସୁନିତା ପ୍ରଧାନ କରୋନା ସଂକ୍ରମଣ ରୋଗ ର ଭୟାଭୟତା ରୋକିବ ପାଇଁ ସରକାର ଜନସାଧାରଣ ଙ୍କୁ ନିବେଦନ କରିବା ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀରିଲିଫ ପାଣ୍ଠିକୁ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଓ ରମ୍ଭା ଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ଜରିଆରେ ୫୧ ହଜାର ର ଚେକ ପ୍ରଦାନ କରିଛନ୍ତ । ଏହି ସମୟ ରେ ସମିତି ସଭ୍ୟ ପଦ୍ମପ୍ରଧାନ , ବିସିସି ବ୍ୟାଙ୍କ ନିର୍ଦ୍ଦେଶକ ଖଲି ରେଡି, ବିଜୁ ଯୁବ ବାହିନୀର ସଭାପତି ପ୍ରଦୀପ ରେଡି, ସମାଜ ସେବୀ ଦିଲ୍ଲୀପ ସାହୁ, ରଘୁନାଥ ରେଡି, ଙ୍କ ସମେତ ସମସ୍ତ ୱାଡ଼ ସଭ୍ୟ ଉପସ୍ଥିତ ଥିଲେ ।


