ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ ଘଟଗାଁ ବ୍ଲକ୍ ବିଜେଡି ପକ୍ଷରୁ ୧ଲକ୍ଷ ୩୫ ହଜାର ପ୍ରଦାନ
ଘଟଗାଁ (ନାରାୟଣ ପଲେଇ) : ବର୍ତମାନ ସାରା ବିଶ୍ୱ କରୋନା କବଳରୁ ନିଜକୁ ବଂଚାବା ପାଇଁ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଥିବା ବେଳେ ଭାରତ ବର୍ଷରେ ମଧ୍ୟ ଆମ କେନ୍ଦ୍ର ସରକାର ଏବଂ ରାଜ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜନସାଧାରଣ କୋଭିଡ୍-୧୯ ପାଇଁ ଲଢେଇ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି କୋରୋନା ରୋଗକୁ ମୁକାବିଲା କରିବା ପାଇଁ ଭାରତ ବର୍ଷରେ ଅନେକ ମହାନ୍ ଲୋକ ଦେବଦୂତ ସାଜି କିଛି ଲୋକ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ ଅର୍ଥରାଷି ପ୍ରଦାନ କରୁଛନ୍ତି କିଛି ଲୋକ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ ମଧ୍ୟ ଅର୍ଥରାଶି ପ୍ରଦାନ କରୁଛନ୍ତିି । ମାନ୍ୟବର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅନୁରୋଧକ୍ରମେ ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଘଟଗାଁ ବ୍ଲକ୍ ବିଜୁ ଜନତା ଦଳ ତରଫରୁ ସମସ୍ତ ସରପଂଚ, ଜିଲ୍ଲା ପରିଷଦ, ଓ ପଂଚାୟତ ସମିତି ସଭ୍ୟ/ସଭ୍ୟାଙ୍କ ସହାୟତାରେ ଏବଂ ବ୍ଲକ୍ ବିଡେଡି ସାଧାରଣ ସମ୍ପାଦକ ନାରାୟଣ ପଲେଇ, ବିଡେଡି ବରିଷ୍ଟ ନେତା ସଞୟ କୁମାର ମିଶ୍ର, ସିକନ ପାଢି, ବିକ୍ରମ କେଶରୀ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ବ୍ଲକ୍ ସଭାପତି ଦୋଳଗୋବିନ୍ଦ ବେହେରାଙ୍କ ମାଧ୍ୟମରେ ୧ଲକ୍ଷ ୩୫ହଜାର ଟଙ୍କାର ଚେକ୍ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ କୋଭିଡ୍-୧୯ ଜମା ଖାତାରେ ପ୍ରେରଣ କରିଛନ୍ତି ।