ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚକ୍ଷୁ ଡାକ୍ତରଙ୍କ ୧ଲକ୍ଷ ଟଙ୍କା ପ୍ରଦାନ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା)-କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପାରଳାଖେମୁଣ୍ଡି ସହରର ସାରା ଆଇ କେର୍‌ର ପ୍ରତିଷ୍ଠାତା ତଥା ବରିଷ୍ଠ ଚକ୍ଷୁ ଡାକ୍ତର ପି.କେ.ସ୍ୱାଇଁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ୧ଲକ୍ଷ ଟଙ୍କାର ଏହି ଚେକ୍‌ଟି ଆଜି ପ୍ରଦାନ କରାଯାଇଛି । ଡଃ.ସ୍ୱାଇଁ ଏ ନେଇ କହିଛନ୍ତି,କରୋନାକୁ ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ସଂକ୍ରମିତଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ସାଧାରଣଙ୍କ କଲ୍ୟାଣ ପାଇଁ ବିନିଯୋଗ ହେଉଛି । ଏଭଳି ଜନହିତକର କାର୍ଯ୍ୟରେ ମୁଁ ସାମାନ୍ୟ ଭାବେ ନିଜକୁ ନିୟୋଯିତ କରିବା ପାଇଁ ରିଲିଫ ଫଣ୍ଡକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଚକ୍ଷୁ ଡାକ୍ତରଙ୍କ ଏହି ଦାନ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସାଧୁବାଦ ଜଣାଯିବା ସଂଗେ ସଂଗେ ଏହା ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହେବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ