ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଆଦର୍ଶ ଶିକ୍ଷକ ରାମକୃଷ୍ଣ ମହାନ୍ତି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ସିମିଳି ଗ୍ରାମପଞ୍ଚାୟତର ନୂଆଗାଁ ସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠର ଆଦର୍ଶ ହିନ୍ଦୀ ଶିକ୍ଷକ ଓ ସୁସଂଗଠକ ରାମକୃଷ୍ଣ ମହାନ୍ତି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ସମାରୋହରେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ କୋଣାର୍କ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୋଣାର୍କ ଥାନା ଅଧିନସ୍ଥ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠର ଛାତ୍ର ଏମ ସ୍ବୟାଂଶ ସାସମଲ ଓ ଛାତ୍ରୀ ଭାଗ୍ୟ ଲକ୍ଷ୍ମୀ ଆଚାର୍ଯ୍ୟ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଶିକ୍ଷା ପୁରସ୍କାର ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ଆଦର୍ଶ ଶିକ୍ଷକ ତଥା ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କୁ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ବିଶ୍ବଜିତ ଘୋଷ, ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାଲୁଙ୍କେଶ୍ୱର ବାରିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ସାହୁ, ସଂପାଦକ ପୂର୍ଣ୍ଣ ଚନ୍ଦ୍ର ଲେଙ୍କା, ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ର, ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଶିକ୍ଷକ ରାଜକିଶୋର ସେନାପତିଙ୍କ ସମେତ କୋଣାର୍କ ସାମ୍ବାଦିକ ସଂଘ, କୋଣାର୍କ ପ୍ରେସ କ୍ଲବ, ମିଡିଆ ଫୋରମ, କୋଣାର୍କ ସାହିତ୍ୟ ସଂସଦ ଓ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।