ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପରିଷଦ ସଭ୍ୟଙ୍କ ପକ୍ଷରୁ ଶୁଭେଛା

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସର୍ବଭାରତୀୟସ୍ତରରେ ଓଡିଶାର ଗଞ୍ଜାମ ଜିଲ୍ଲା ପରିଷଦକୁ ଶ୍ରେଷ୍ଠ ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାଡ-୨୦୨୩’ ପ୍ରଦାନ କରାଯାଇଛି । ଏହି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାଷନ୍‌ଙ୍କୁ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ତରଫରୁ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ୍‌.ରାଜେଶ୍ୱରୀ ଦୋରାଙ୍କ ନେତୃତ୍ୱରେ ୧୦ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, ୧୫ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ଏବଂ କାଳିଆ ନାହାକ, କିଶୋର ବେହେରା, ଗଗନ ସ୍ୱାଇଁ, ରାଜେନ୍ଦ୍ର ଦାଶ ପ୍ରମୁଖ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧିମାନେ ଉପସ୍ଥିତି ରହି ସମସ୍ତ କର୍ମଚାରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ