ମୁଖ୍ୟ ବିଚାରପତିଙ୍କ ଚୌଦ୍ଵାର ଜେଲ୍ ପରିଦର୍ଶନ

ଚୌଦ୍ଵାର,(ଦୀପକ୍ କୁମାର ବେଉରା) : ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଙ୍କ ନିର୍ଦେଶକ୍ରମେ ଆଜି ହାଇକୋର୍ଟର ରିଜିଷ୍ଟ୍ରାର ଓ କଟକ ଜିଲ୍ଲା ଦୌରା ଜଜ ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଷ୍ଟେଟ ଲିଗାଲ ସେଲ ଅଥରୀଟି ର ସଭ୍ୟ ସମ୍ପାଦକ ମଧ୍ୟ ସାମିଲ ହୋଇଥିଲେ । ଏହି ଟିମ ମୁଖ୍ୟ ବିଚାରପତିଙ୍କ ନିର୍ଦେଶ କ୍ରମେ ଜେଲ ଭିତରେ ଥିବା ସଂଗରୋଧ କେନ୍ଦ୍ର ଓ ଆଇସୋଲେସନ ୱାର୍ଡ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଜେଲର ସାନିଟାଇଜେସନ ଓ ଜେଲ ମଧ୍ୟରେ ସାମାଜିକ ଦୂରତା ର ଅବଲମ୍ବନ ବିଷୟରେ ଅନୁଧ୍ୟ୍ୟନ କରିଥିଲେ । ଏଥିସହ ଜେଲରେ ସାନିଟାଇଜେସନ ସମ୍ପର୍କରେ ଅଧିକ୍ଷକ ଙ୍କୁ କିଛି ପରାମର୍ଶ ଦେଇଥିଲେ । ଏହି ଟିମ ର ଜେଲ ପରିଦର୍ଶନ ବେଳେ ଜେଲ ଅଧିକ୍ଷକ ଓ ଜେଲର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ