ମୁଖ୍ୟ ମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ ପାରଳାରେ କେକ୍ କଟାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା )- ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସକୁ ପାରଳାଖେମୁଣ୍ଡି ଠାରେ ପାଳନ କରାଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତି ମୁର୍ତ୍ତୀ ନିକଟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉପସ୍ଥିତିରେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପୁର୍ଣ୍ଣବାସୀ ନାୟକ, ପାରଳା ପୌର ପରିଷଦର ବିଜେଡି ମହିଳା ସଂଗଠନର ସାଧାରଣ ସମ୍ପାଦିକା ତନୁଜା ଶତପଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ କେକ୍‌କୁ ଆନୁଷ୍ଠାନିକ ଭାବେ କାଟିଥିଲେ । ଏଥିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଜିଲ୍ଲା ଯୁବ ସଭାପତି ଏସ.ଲିଙ୍ଗରାଜ,ନଗର ସଭାପତି ବାବୁଲି ରାଜଗୁରୁ,ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରହୀ,ଅନ୍ତର୍ଜାମି ଗମାଙ୍ଗ,ଲକ୍ଷୀ୍ମକାନ୍ତ ପରିଚ୍ଛା,ଜମାଦାର ପଟ୍ଟନାୟକ,ରାଜେନ୍ଦ୍ର ବେହେରା,ମାରୁତ ପାଳ,ଭରତ ଭୁଷଣ ମହାନ୍ତି,ମଣ୍ଟୁ ଦାସ ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ ନେତା ଏଥିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ