ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବୀ ନେଇ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟ ସେବା ସମବାୟ ସମିତିର ଚାଷୀ ମାନେ ସୋମବାର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୧୫ ତାରିଖ ଠାରୁ ୨୦ ତାରିଖ ଭିତରେ ବାକୁଟ ସେବା ସମବାୟ ସମିତିର ପ୍ରାୟ ୭୧ ଜଣ ଚାଷୀଙ୍କ ଟୋକେନର ଅବଧି ଶେଷ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଉନଥିବା ସେମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଭେଟି ଗୁହାରି କରିଛନ୍ତି । ୭୧ ଜଣ ଚାଷୀଙ୍କ ନିକଟରେ ପ୍ରାୟ ୫ ହଜାର କୁଇଣ୍ଟାଲ ଧାନ ରହିଛି । ମିଲର ମାନଙ୍କ ମନମୁଖି କାର୍ଯ୍ୟ କଳାପ ଯୋଗୁଁ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି କରିପାରୁନଥିବା ସେମାନେ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବାକୁଟ ସେବା ସମବାୟ ସମିତିର ବ୍ରଜ ସୁନ୍ଦର ଜେନା, ସରୋଜ କୁମାର ଶତପଥି, ପର୍ଶୁରାମ ମଳିକ, ପୁରୁଷୋତ୍ତମ ପ୍ରଧାନ, ଗୌରାଙ୍ଗ ପ୍ରଧାନ, ଗଣେଷ ପ୍ରଧାନ, କେଦାର ମଳିକ, ସୁନିତା ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣ ପ୍ରଧାନ, ପ୍ରଦୀପ ପ୍ରଧାନ, ରଞ୍ଜୁ ପ୍ରଧାନ, ଲଡୁ ସ୍ୱାଇଁ, ବାଙ୍ଗୀ ପ୍ରଧାନ, ପ୍ରତିମା ଗୌଡ, ନାଗେଶ୍ୱର ପ୍ରଧାନ, ନମିତା ପ୍ରଧାନ, ଆକୁଳ ପ୍ରଧାନ ଓ ଝୁନି ପ୍ରଧାନଙ୍କ ସମେତ ବହୁ ମହିଳା ଓ ପୁରୁଷ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ