ମୁଖ୍ୟ ରାସ୍ତା କଡ଼ରେ ୩୩ କେଭି ବିଦ୍ୟୁତ୍ ଖୁଣ୍ଟ : ସ୍ଥାନାନ୍ତର ଦାବି 

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ହାଣ୍ଡିଆପଡ଼ା ଠାରେ ନିମାପଡା- ଅସ୍ତରଙ୍ଗ ମୁଖ୍ୟ ରାସ୍ତା କଡ ରେ ରହିଛି ୩୩ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଶିଷ୍ଟ ବିଦ୍ୟୁତ ଖୁଣ୍ଟ । ଏଠାରେ ୩୩ କେଭି ବିଦ୍ୟୁତ୍ ତାର ରାସ୍ତା ଅତିକ୍ରମ କରି ନିମାପଡା ରୁ କାକଟପୁର ଓ ଗଡ ଅମରପ୍ରସାଦ ସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରିଡ କୁ ଯାଇଅଛି ଏହି ରାସ୍ତା ସମ୍ପ୍ରସାରଣ ବେଳେ ଓସାରିଆ ଓ ଉଚ୍ଚା ହୋଇଥିବା ଯୋଗୁଁ ୩୩ କେଭି ବିଦ୍ୟୁତ୍ ଖୁଣ୍ଟ ଟି ପୋତି ହୋଇ ପଡ଼ିଛି ଏଣୁ ଏଠାରେ ରାସ୍ତା ପାଶ୍ୱରେ ତାର ର ଉଚ୍ଚତା କମି ଯାଇଛି । ନିମାପଡା–କାକଟପୁର ମୁଖ୍ୟ ରାସ୍ତା ରେ ଦୈନିକ ଶହ ଶହ ଯାନବାହାନ ଯାତାୟାତ କରୁଛି । ଏଣୁ ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହୋଇଛି । ୩୩ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବହୁ ଧନ ଜୀବନ ହାନି ହେବା ସମ୍ଭାବନା ରହିଛି । ଏଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଉକ୍ତ ୩୩ କେଭି ବିଦ୍ୟୁତ୍ ଖୁଣ୍ଟ ଟିକୁ ମୁଖ୍ୟ ରାସ୍ତା ପାଶ୍ୱ ରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ଓ ସନାତନ ପାତ୍ର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ