ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୋଭିଡ – ୧୯ ଅନୁଯାଇ ଜିଲ୍ଲାର ପ୍ରସ୍ଥୁତି ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ଛତା ସରକାରୀ ପଲିଟକେନିକରେ ବୁଧବାର ଅପରାହ୍ନରେ ହେଲିକେପ୍ଟର ଯୋଗେ ପହଁଚି ସେଠାରେ ପ୍ରସ୍ତୁତ ହୋଇଥିବା ଅସ୍ଥାଇ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନିମନ୍ତେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଗୋଟିଏ କରୋନା ପଜିଟିଭ ଥିବା ରୋଗୀ ବାହାରି ଥିବାରୁ ସେଥିପ୍ରତିଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଭୂବନେଶ୍ୱର ଫେରିଯାଇଥିଲେ । ଏଥିପୂର୍ବରୁ ଉଭୟ ଅଧିକାରୀ ଭଦ୍ରକ ଓ ଯାଜପୁର ଜିଲ୍ଲା ପରିଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ