ମୁଗୁପୁରରେ ବିଶ୍ୱ ମହିଳା ଦିବସ ପାଳିତ

ହାଟଡ଼ିହି, : ଟାଟା ଷ୍ଟିଲ ଓ ଆସପେୟାର ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଆସପେୟାରର ଜିସିଏମଙ୍କ ସଂଯୋଜନାରେ ଅନୁଷ୍ଠିତ ମହିଳା ଦିବସରେ ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଜାନକୀ ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନେ ହିଁ ସମାଜକୁ ସଠିକ ଦିଗରେ ନେଇ ପାରିବେ ଓ ମହିଳା ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସୁ ସାହିତ୍ୟିକା ଶାନ୍ତିଲତା ଦାସ ଯୋଗଦେଇ ମହିଳା ମାନେ ଏକଜୁଟ ହୋଇ ପାରିଲେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେମାନଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଭଳି ଅନେକ ଯୋଜନାର ସଫଳତା ମିଳିପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷୟତ୍ରୀ ରାଧାରାଣୀ ଓଝା, ଅବସରପ୍ରାପ୍ତ ଶିକ୍ଷକ କିଶୋର ନାୟକ, ସମାଜସେବୀ ଗୀତାଞ୍ଜଳୀ ଓଝା, ଶ୍ରଦ୍ଧାଞ୍ଜଳୀ ଦାସ, ନିବେଦିତା ଦାସ, ସନ୍ତୋଷ ଜେନା, ଭାରତୀ ଦଳେଇ ପ୍ରମୁଖ ନାରୀ ଶକ୍ତିର ପ୍ରଗତୀ ଓ ଉନ୍ନଦତି ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇଥିଲେ । ମୁଗୁପୁର ସମାଚାରର ଆଞ୍ଚଳିକ ମୁଖ୍ୟ ମୋହନ ଚରଣ ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ବିଶ୍ୱନାଥ ନାୟକ, ମାନସ ନାୟକ, ଅରବିନ୍ଦ ସାହୁ, ଅନିଲ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶତାଧିକ ମହିଳା ଯୋଗଦେଇଥିଲେ । ଦିବାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ