ମୁଗୁପୁର ଉତ୍ତରେଶ୍ୱର ମନ୍ଦିରରେ ଶିବ ପାର୍ବତୀଙ୍କ ବିବାହ ପାଇଁ ଲଗ୍ନ ନିରୁପଣ
ହାଟଡିହିି, (ବିକାଶ ବିଶ୍ୱାଳ):ମୁଗୁପୁର ଉତ୍ତରେଶ୍ୱର ମନ୍ଦିରରେ ପବିତ୍ର ଶିତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ମନ୍ଦିର ପରିସରରେ ଲଗ୍ନ ନିରୁପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବିବାହ ଉତ୍ସବରେ ଶିବଙ୍କ କର୍ତ୍ତା ଭାବେ ମୁଗୁପୁର ଗ୍ରାମର ଶ୍ରୀଧର ସାହୁ ପାର୍ବତୀଙ୍କ କର୍ତ୍ତା ଭାବେ ପଞ୍ଚୁଗୋଛିଆ ଗ୍ରାମର ମାନସ ଓଝା ସାମିଲ ହୋଇଥିଲେ ।ଆସନ୍ତା ୨୩, ୨୪ ଓ ୨୫ତାରିଖ ତିନିଦିନ ଧରି ଏହି ବିବାହ ମହୋତ୍ସବ ଅନୁଷ୍ଠିତ ହେବାସହ ହୋମଯଜ୍ଞାଦି ଅନୁଷ୍ଠିତ ହେବାର ନିଷ୍ପତି ହୋଇଛି । ଆଜି ମନ୍ଦିର ପରିସରରେ ଅନୁଷ୍ଠିତ ଲଗ୍ନ ନିରୁପଣ କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରଶାନ୍ତ କର, ବିଷ୍ଣୁ ସତପଥି ଓ ଗ୍ରହବିପ୍ର ଇଶ୍ୱର ଚନ୍ଦ୍ର ନାୟକ, ବାରିକ ହରି ବାରିକ ପ୍ରମୁଖ ସାମିଲ ହୋଇ ପୂଜାର୍ଚ୍ଚନା କରିଥିଲେ । ଏଥିରେ ପଣ୍ଡିତ କାହ୍ନୁ ପଣ୍ଡା, ଅପର୍ତ୍ତି ପଣ୍ଡା, ଅଇଣ୍ଠୁ ପଣ୍ଡା, ଉତ୍ତରେଶ୍ୱର ମନ୍ଦିର ପରିଚାଳନା କମିଟିର ସଭାପତି ସୁକାନ୍ତ କିଶୋର ରାଉତ, ଉପସଭାପତି ହେମନ୍ତ କୁମାର ସାହୁ, ସମ୍ପାଦକ ଶରତ ଚନ୍ଦ୍ର ଜେନା, ସହସମ୍ପାଦକ ଗୌରାଙ୍ଗ ଚରଣ ସଝା, କୋଷାଧ୍ୟକ୍ଷ ସୁମନ୍ତ ଦାସ, କମିଟିର ସଦସ୍ୟ ପ୍ରଶାନ୍ତ ଜେନା, ବିଦ୍ୟାଧର ଦଳେଇ, ନରେନ୍ଦ୍ର ନାୟକ, ନବଘନ ସାହୁ, ଅରୁଣ କୁମାର ସାହୁ, ମାନସ ରଣା, ରଞ୍ଜନ କୁମାର ଜେନା, ଉମାକାନ୍ତ ଜେନା, ପ୍ରମୋଦ କୁମାର ସାହୁଙ୍କ ସମେତ ପଞ୍ଚୁଗୋଛିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ ।