ମୁଗୁପୁର ଉତ୍ତରେଶ୍ୱର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ଘଟଣାରେ ୨ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମୁଗୁପୁର ଉତ୍ତରେଶ୍ୱର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ଘଟଣାରେ ଆନନ୍ଦପୁର ପୁଲିସ ଦୁଇ ଜଣ ଚୋରଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୬୦ହଜାର ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ସୁଚନାରୁ ଜଣାଯାଇଛି ଗତ କିଛିଦିନ ତଳେ ଯେହେତୁ ମନ୍ଦିରରେ ଶିବ ପାର୍ବତୀ ବିବାହ ହୋଇଥିଲା ଓ ଏଥିରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା, ତେଣୁ ଅନେକ ଭକ୍ତ ହୁଣ୍ଡିରେ ଦାନ ପଇସା ପକାଇଥିଲେ । ଏହାକୁ ଲକ୍ଷକରି ଗତ ୭ତାରିଖ ରାତିରେ କେହି ଦୁର୍ବୁତ ମନ୍ଦିରର ହୁଣ୍ଡି ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ପଇସା ଚୋରି କରିନେଇ ଯାଇଥିଲେ । ୮ତାରିଖ ସକାଳେ ମନ୍ଦିର ପୂଜକ ମାଇକ ବଜାଇବାକୁ ଆସିବାବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇ ଥିବାବେଳେ ଗତକାଲି ଏକ ବିଶେଷ ସୁତ୍ରରୁ ଖବରପାଇ ବରଡି ଗ୍ରାମର ବୃନ୍ଦାବନ ଯେନା ଓ ଜଗନ ଯେନା ଦୁଇ ଭାଇଙ୍କୁ ଉଠାଇ ଆଣି ପଚରା ଉଚୁରା କରିବାପରେ ସେମାନେ ଚୋରି କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ । ପୁଲିସ ଉଭୟଙ୍କ ନିକଟରୁ ନଗଦ ୬୦ହଜାର ଟଙ୍କା ଜବଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ପୁଲିସ ଜବଦ ଟଙ୍କାକୁ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରିଥିବା ସୁଚନା ମିଳିଛି । ମାତ୍ର ଦୁଇଦିନ ଭିତରେ ଚୋରଙ୍କୁ ଠାବକରି ଚୋରି ସାମଗ୍ରୀ ଉଦ୍ଧାର କରିପାରି ଥିବାରୁ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ପୁଲିସକୁ ସାଧୁବାଦ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ