ମୁଜାଗଡ ଓ କଳିଙ୍ଗପଦର ସ୍କୁଲରେ ହେବ ଯୁକ୍ତଦୁଇ କଳା ପାଠ୍ୟକ୍ରମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଓଡ଼ିଶାର ୫୭ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ଶିକ୍ଷା ବର୍ଷରୁ ହିଁ କଳା ପାଠ୍ୟକ୍ରମ ଶିକ୍ଷାଦାନ କରାଯିବ । ଏଥିନେଇ ସମସ୍ତ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମୀ ଓ ପଦକ୍ଷେପ ଗ୍ରହଣ ପାଇଁ ଅନୁଦାନ ମଧ୍ୟ ପ୍ରଦାନ କରାଯିବ । ଏଥିରେ ଗଞ୍ଜାମ ଜିଲ୍ଲାର ୮ଟି ସ୍କୁଲ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି । ସେଥିରେ ଭଞ୍ଜନଗର ବ୍ଳକ୍ର ମୁଜାଗଡ ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ର କଳିଙ୍ଗପଦର ଏଏନ୍ଏ ହାଇସ୍କୁଲ ଯୁକ୍ତଦୁଇ ବିଦ୍ୟାଳୟକୁ ଉନ୍ନୀତ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ଫଳରେ ଉକ୍ତ ଉପାନ୍ତ ଇଲାକରେ ରହୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଗଞ୍ଜାମ କନ୍ଧମାଳ ସୀମାନ୍ତ ବାଇବାଲି,ବିରିକୋଟ,ଗୁଣ୍ଡୁରିବାଡି,ଦଦରଲୁଣ୍ଡା,ବ୍ରାହ୍ମଣପଦର ଭଳି ଇଲାକାର ପିଲାମାନେ ଏଠାରେ କଳାରେ ପାଠ ପଢିବାରେ ସହାୟକ ହୋଇ ପାରିବେ । ସେହପିର ନୟାଗଡ ସୀମାନ୍ତ ଦଶପଲ୍ଲା ପୂର୍ବରୁ ରୁଢାପଦର,ଗାୟଗଣ୍ଡା,ତାରସିଂ ଇଲାକାର ଛାତ୍ରଛାତ୍ରୀ କଳିଙ୍ଗପଦର ଠାରେ ଯୁକ୍ତ ଦୁଇରେ ନାମ ଲେଖାଇ ପାରିବେ । ଏଭଳି ପଦକ୍ଷେପ ଶିକ୍ଷାକ୍ଷେତ୍ରରେ ଏକ ନୁଆ ଅଧ୍ୟାୟ ହେବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।


