ମୁଢି, ଚୁଡ଼ା ଗୁଡ଼ ଉପରେ ଜିଏସ୍‌ଟି ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ମୁଢି, ଚୁଡ଼ା, ଗୁଡ଼, ଉଖୁଡ଼ା, ଖଇ ଓ ଦହି ଅତି ଗରିବ ଲୋକଙ୍କର ଶସ୍ତା ଖାଦ୍ୟ । ଏହା ଉପରେ ଜିଏସ୍‌ଟି ବସାଇବା ଅର୍ଥ ଗରୀବ ଲୋକଙ୍କ ପେଟକୁ ଗୋଇଠା ମାରିବା ସହ ସମାନ । ମୁହଁରେ ଗରିବ ଲୋକଙ୍କ କଥା ଓ କାର୍ଯ୍ୟରେ କର୍ପୋରେଟଙ୍କ ସ୍ୱାର୍ଥ ରକ୍ଷା ହେଉଛି ମୋଦିଜୀଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ ଅସଲ ଚରିତ୍ର । କୋଭିଡ଼ ଯୋଗୁ ଲୋକଙ୍କ ଚାକିରୀ ଯାଇଛି, ନୂତନ ନିଯୁକ୍ତି ନାହିଁ । ଲୋକଙ୍କର ଆୟ ନଥିବା ବେଳେ ବଂଚିବାକୁ ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କ ଶସ୍ତା ଖାଦ୍ୟ ଉପରେ ସରକାରଙ୍କ ଲୋଲୁପ ଦୃଷ୍ଟିର ପରିଣାମ ହେଉଛି ଏଭଳି ଜିଏସ୍‌ଟି ମାଡ଼ । ଏହା ବିରୋଧରେ ଜୋରଦାର ଆନ୍ଦୋଳନ ନହେଲେ ପଖାଳ, ଶାକଭଜା ଓ ରୁଟି ଉପରେ ଜିଏସ୍‌ଟି ବସାଇବା ମୋଦିଜୀଙ୍କ ପାଇଁ କିଛି ବିିଚିତ୍ର ନୁହେଁ । ଦରବୃଦ୍ଧି, ବେକାରୀ ରୋକିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସେବା ଯୋଗାଇବାରେ ବିଫଳ କେନ୍ଦ୍ର ସରକାରଙ୍କର ଏହା କେବଳ ଭୁଲ୍ ନିଷ୍ପତ୍ତି ନୁହେଁ, ବରଂ ଏକ ଅମାନବିକ ଓ ନିଷ୍ଠୁର ପଦକ୍ଷେପ । ତେଣୁ ମୁଡ଼ି, ଚୁଡ଼ା, ଗୁଡ଼ ଓ ଖଇ ଇତ୍ୟାଦି ଉପରୁ ଜିଏସ୍‌ଟି ତୁରନ୍ତ ପ୍ରତ୍ୟାହାର କରିବାକୁ ସି.ପି.ଆଇ (ଏମ୍‌-ଏଲ୍‌) ଲିବରେସନ ଓଡ଼ିଶା ରାଜ୍ୟ କମିଟି ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ