ମୁମୁର୍ଷ ଅବସ୍ଥାରେ ପଡିଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇଲେ ସ୍ୱେଚ୍ଛାସେବୀ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗୋବର୍ଦ୍ଧନ ପାହାଡ ନିକଟରେ ମୁମୁର୍ଷ ଅବସ୍ଥାରେ ପଡିଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କୁ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜକୁ ୧୫ଦିନ ହେଲା ଜଣେ ଅପରିଚିତ ବ୍ୟକ୍ତି ଆସି ଗୋବର୍ଦ୍ଧନ ପର୍ବତରେ ରହୁଥିଲେ । କିନ୍ତୁ ସେ ସେଠାରେ ଭୋକ ଉପାସରେ ରହିଥିବାରୁ ତାଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଆଜି ଗ୍ରାମର ଜଣେ ଯୁବକ ପାହାଡ ଆଡେ ଯାଇଥିବାବେଳେ ଏହି ବ୍ୟକ୍ତି ଜଣକ ମୁମୁର୍ଷ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ରାଜେନ୍ଦ୍ର ପାତ୍ର, ମାର୍କଣ୍ଡ ସାହୁ, ଆଇନ ମହାକୁଡ, ପ୍ରଭାତ ପାତ୍ର, ମାନସ ରାଉତ, ପୁର୍ବତନ ସରପଞ୍ଚ ଅଶୋକ ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ଆଗରପଡା ଡାକ୍ତରଖାନାକୁ ପଠାଇଛନ୍ତି ।