ମୁମ୍ବାଇରେ ବର୍ବରକାଣ୍ଡ, ମହିଳାଙ୍କୁ ବଳାତ୍କାର କରି ପ୍ରାଇଭେଟ୍ ପାର୍ଟକୁ ରଡ଼୍‌ରେ ଆକ୍ରମଣ କଲେ ଦୁର୍ବୃତ୍ତ, ହସ୍‌ପିଟାଲରେ ମହିଳାର ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣଙ୍କର ଡାକ୍ତରଖାନାରେ ଶନିବାର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ମୁମ୍ବାଇର ଉପାନ୍ତ ସାକିନାକାରେ ଏକ ଟେମ୍ପୋ ଭିତରେ ଜଣେ 34 ବର୍ଷୀୟା ମହିଳାଙ୍କୁ ବଳାତ୍କାର ଓ ନିର୍ଯାତନା ଦିଆଯାଇଥିଲା। ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର କିଛି ସମୟ ପରେ ପୋଲିସ ଏହି ମାମଲାର ଅଭିଯୁକ୍ତ ମୋହନ (45) କୁ ଗିରଫ କରିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସକାଳେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ​​ଯେ ଜଣେ ବ୍ୟକ୍ତି ଖାଇରାନୀ ରୋଡରେ ଜଣେ ମହିଳାଙ୍କୁ ମାଡ଼ ମାରିଥିଲେ। ଏହି ମହିଳାଙ୍କୁ ମ୍ୟୁନିସିପାଲିଟି କର୍ପୋରେସନ୍ ପରିଚାଳିତ ରାଜୱାଡି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମହିଳାଙ୍କୁ ବଳାତ୍କାର କରାଯାଇ ତାଙ୍କପ୍ରାଇଭେଟ୍ ପାର୍ଟରେ ଲୁହା ରଡ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ଗାଡି ଭିତରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ