ଗୋପାଳପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଂଚାୟତର ଗୋପାଳପୁର ଓ ରାମନାୟକଡିଆ ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ଅଚଂଳ ପାଇଁ ସରକାରଙ୍କ ପକ୍ଷରୁ ଏକ ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇଥିଲେ ବି ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକ ପରିଚାଳନାଗତ ତୃଟି ନିମନ୍ତେ ଏହି ଦୁଇ ଗୋଟି ଗ୍ରାମର ବାସିନ୍ଦାମାନେ ପାନୀୟ ଜଳ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ସେହି ପ୍ରକଳ୍ପରୁ ଅତିରିକ୍ତ ଜଳ ଯୋଗାଣ ଫଳରେ ଅନ୍ୟ ଗ୍ରାମର ଲୋକମାନେ ସେହି ପାଣିକୁ ଚାଷ କାର୍ଯ୍ୟରେ ଲଗାଉଥିବା ବେଳେ ଏହି ୨ଟି ଗ୍ରାମର ୪ଶହରୁ ଉର୍ଦ୍ଧ୍ୱ ପରିବାର ପାନୀୟ ଜଳ ପାଇବାରୁ ବଂଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ସେହି ୨ଟି ଗ୍ରାମର ପାନୀୟ ଜଳ ସମସ୍ୟା ତୁରନ୍ତ ଦୂର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ପ୍ରଦାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବ୍ରହ୍ମାନନ୍ଦ ସାହୁ, ସାତ୍ୱକୀ ଚରଣ ସାହୁ, ସାବିତ୍ରୀ ସାହୁ, ନିରଞ୍ଜନ ବାରିକ, ସାମ୍ବାଦିକ ନରେନ୍ଦ୍ର ଧଳ, ଭାଗିରଥୀ ସାହୁ, ବିଦ୍ୟାଧର ନାୟକ, ରଙ୍ଗାଧର ବେହେରା, ରବୀନ୍ଦ୍ର ପାଣିଗ୍ରାହୀ, ଶିଶୀର ନାୟକ, ସୁରେନ୍ଦ୍ର ବେହେରା, ରଞ୍ଜିତ ସାମଲ, ଅକ୍ଷୟ ନାୟକ, ପ୍ରସନ୍ନ ନାୟକ, କିଶୋର ସାହୁ, ରତିକାନ୍ତ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ