ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ସାମାଜିକ ସଂଗଠନ ‘ମୁସଲିମ ୱେଲଫେୟାର ସୋସାଇଟି’ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ସହରର କାଦ୍ରିୟା ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଶିବିରକୁ ଉଦଘାଟନ କରିବା ସହିତ ମୁସଲିମ ୱେଲଫେୟାର ସୋସାଇଟିର କର୍ମକର୍ତ୍ତାଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ ସିଂହ, ଶ୍ରୀରାମ ହସପିଟାଲ ଚକ୍ଷୁ ବିଭାଗ ମ୍ୟାନେଜର ବିନୋଦ କୁମାର ନାୟକ, ଫାର୍ମାସିଷ୍ଟ କୌଶଲ୍ୟା ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଆଖି ପରୀକ୍ଷା ସହ ଔଷଧ ପ୍ରଦାନ କରିଥିଲେ । କାଦ୍ରି ମୋହଲ୍ଲା ଓ ତାର ଆଖପାଖ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଏହି ଶିବିରରେ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ତନ୍ମଧ୍ୟରୁ ମୋତିଆବିନ୍ଦୁ ଥିବା ୨୦ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କର ଅପରେସନ ପାଇଁ ସୋସାଇଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ପୂର୍ବରୁ ଆୟୋଜିତ ଅନୁରୁପ ଚକ୍ଷୁ ପରୀକ୍ଷା ଶିବିରରେ ମୋତିଆବନ୍ଦୁ ଚିହ୍ନଟ ହୋଇଥିବା ୧୫ଜଣ ବ୍ୟକ୍ତିଙ୍କ ସଫଳତାର ସହ ଅପରେସନ କରାଯାଇଥିବା ସୋସାଇଟିର ସଭାପତି ମହମ୍ମଦ ମୁକ୍ତାର ଅହେମ୍ମଦ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋସାଇଟିର ଉପ-ସଭାପତି ଅସଲମ ଖାନ ଓ ସଲିମ ରାଜା, ସମ୍ପାଦକ ଶେଖ ଆୟୁବ, ଅବଦୁଲ ମୁକ୍ତାର ଖାଁ, ଶେଖ ରଜବ ଅଲ୍ଲି, କୋଷାଧ୍ୟକ୍ଷ ହାଜି ଶେଖ ଜମାଲ, ମିଡିଆ ସଂଯୋଜକ ଶେଖ ଅଲି ମହମ୍ମଦ, ହାଜି ମହମ୍ମଦ ଗୁଲାମ ଖାଁ, ମହମ୍ମଦ ଆବିଦ, ହାଜି ଶେଖ ମଜିଦ, ହମିଦ ଖାଁ ପ୍ରମୁଖ ସୋସାଇଟିରେ କର୍ମକର୍ତ୍ତା ଓ ସଦସ୍ୟମାନେ ଆଜିର ଏହି ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ