ମୂଲ୍ୟ କମାଇବାକୁ ଜିଓରେ ଛଟେଇଚାକିରି ହରାଇଲେ ଶତାଧିକ କର୍ମଚାରୀ

ମୁମ୍ବାଇ, (ଏଜେନ୍ସି): ରିଲାଏନ୍ସ ଜିଓ ଇନ୍ଫୋକମ୍ ମୂଲ୍ୟରେ ହ୍ରାସ୍ ଓ ଅପରେଟିଂ ମାର୍ଜିନ୍ରେ ସୁଧାର କରିବା ପାଇଁ ନିଜ କର୍ମଚାରୀଙ୍କ ସଂଖ୍ୟାରେ ବଡ଼ଧରଣର ହ୍ରାସ୍ କରିଛନ୍ତି । ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ କମ୍ପାନୀର ଅପରେଟିଂ ମାର୍ଜିନ୍ରେ ହ୍ରାସ୍ ହୋଇଥିଲା । ଜିଓ, କମ୍ପାନୀରେ କଣ୍ଟ୍ରାକ୍ଟରେ କାମ କରୁଥିବା କର୍ମଚାରିଙ୍କ ସହିତ କିଛି ସ୍ଥାୟୀ କର୍ମଚାରୀଙ୍କର ମଧ୍ୟ ଛଟେଇ କରିଛନ୍ତି । ପ୍ରକାଶ ଯେ କମ୍ପାନୀ କଞ୍ଜ୍ୟୁମର୍ଙ୍କ ସହ ସମ୍ପୃକ୍ତ କାର୍ଯ୍ୟ ସହିତ ଯୋଗାଣ ଚେନ୍, ମାନବ ସମ୍ବଳ, ଫାଇନାନ୍ସ, ଆଡ଼ମିନିଷ୍ଟ୍ରେସନ୍ ଓ ନେଟ୍ୱାର୍କ ପରି ଅଞ୍ଚଳରେ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ୍ କରାଯାଇଛି । ପ୍ରକାଶ ଯେ କମ୍ପାନୀ ପାଖାପାଖି ୫୦ହଜାର ଲୋକଙ୍କ ଛଟେଇ କରିଛି । ଏଥିମଧ୍ୟରୁ ପାଖାପାଖି ୬୦୦ସ୍ଥାୟୀ କର୍ମଚାରୀ ଥିଲେ । ଅନ୍ୟାନ୍ୟ ଷ୍ଟାଫ୍ କଣ୍ଟ୍ରାକ୍ଟରେ କାମ କରୁଥିଲେ । ହେଲେ ଏହାର ସ୍ୱତନ୍ତ୍ର ଭାବେ ପୁଷ୍ଟି ହୋଇପାରି ନାହିଁ । ସେହିପରି ଏହାର ବଡ଼ ପ୍ରଭାବ ଉପଭୋକ୍ତା ହାସଲକାରୀ ସେଗ୍ମେଣ୍ଟ ଉପରେ ପଡ଼ିଛି । ମ୍ୟାନ୍ପାୱାର ସନ୍ତୁଳିତ କରିବାର ଚେଷ୍ଟା ଏକ ତୃତୀୟାଂଶ ପୂର୍ବରୁ ଆରମ୍ଭ ହୋଇଥିଲା । ତେବେ କମ୍ପାନୀ କଷ୍ଟରେ ହ୍ରାସ୍ କରିବା ଜାରି ରଖିବାର ସମ୍ଭ।।ବନା ରହିଛି । ସେହିପରି ମ୍ୟାନେଜର୍ମାନଙ୍କୁ ଟିମ୍ର ଆକାର ଛୋଟ କରିବାକୁ କୁହାଯାଇଛି । ଆଡ଼ମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍, ଫାଇନାନ୍ସ ଓ ହ୍ୟୁମାନ ରିସୋର୍ସେସ୍ ଉପରେ ପ୍ରଭାବ ପଡ଼ିଛି । ଜିଓ ନିକଟରେ ୧୫ହଜାର-୨୦ହଜାର କର୍ମଚାରୀ ପ୍ୟାରେଲ୍ରେ ରହିଥିବା ଅନୁମାନ କରାଯାଉଛି । ତେବେ କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ଏହାଠାରୁ ଅନେକାଂଶରେ ଅଧିକ । ହେଲେ ସେମାନେ ଥାର୍ଡ଼ ପାର୍ଟ କର୍ମଚାରୀ । ଥାର୍ଡ଼ ପାର୍ଟୀ କର୍ମଚାରୀଙ୍କୁ ଏକ ଷ୍ଟାଫିଂ ଫର୍ମ ନିଯୁକ୍ତି କରିଥାଏ ଏବଂ ଫର୍ମକୁ ଏଥିପାଇଁ କମ୍ପାନୀରୁ ପେମେଣ୍ଟ ମିଳିଥାଏ । ଜଣେ ବରିଷ୍ଠ ଟେଲିକମ୍ ଆନାଲିଷ୍ଟଙ୍କ ଅନୁସାରେ ଜିଓ ଯେତେବେଳେ ବଜାରକୁ ଆସିଥିଲା, ସେତେବେଳେ ତାଙ୍କୁ ଅଧିକ କର୍ମଚାରୀଙ୍କର ଆବଶ୍ୟକ ଥିଲା । ବର୍ତ୍ତମାନ କମ୍ପାନୀର ଲକ୍ଷ୍ୟ କଣ୍ଟେଣ୍ଟ ଓ ଏଣ୍ଟରପ୍ରାଇଜ୍ ସେଗ୍ମେଣ୍ଟ ଉପରେ ରହିଛି । ଏହାର ଅପରେଟିଂ ମାର୍ଜିନ୍ ଗତ ୨ବର୍ଷ ଧରି ସ୍ଥିର ରହିଥିବା ବେଳେ କମ୍ପାନୀ ଏଥିରେ ଅନେକାଂଶରେ ବୃଦ୍ଧିର ଆଶା ପ୍ରକାଶ କରିଥିଲା । ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଜିଓର ଏବିଟଡ଼ା ମାର୍ଜିନ୍ ୦.୫% ହ୍ରାସ୍ ପାଇ ୩୯% ରହିଥିଲା । କମ୍ପାନୀର ସମୁଦାୟ ଖର୍ଚ୍ଚ ପାଖପାଖି ୮%ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁସାରେ ଟେଲିକମ୍ କମ୍ପାନୀର କର୍ମଚାରୀଙ୍କ ମୂଲ୍ୟ ୫-୬% ମଧ୍ୟରେ ରହିଥାଏ । ମୂଲ୍ୟକୁ ହ୍ରାସ୍ କରିବା ପାଇଁ ପ୍ରାୟତଃ ଟେଲିକମ୍ କମ୍ପାନୀଗୁଡ଼ିକ ପ୍ରଥମେ ଛଟେଇର ପଦକ୍ଷେପ ଗ୍ରହଣ କରିଥାନ୍ତି । ସେପ୍ଟେମ୍ବର ୨୦୧୬ରେ ବଜାର ପ୍ରବେଶ ପରେ ଜିଓ ଶସ୍ତା ଟାରିଫ୍ ସହିତ ବଜାରରେ ବଡ଼ ଧରଣର ହଇଚଇ ସୃଷ୍ଟି କରିଥିଲା । ଏହାଦ୍ୱାରା କମ୍ପାନୀକୁ ମାର୍ଚ୍ଚ ଶେଷ ସୁଦ୍ଧା ପାଖାପାଖି ୩୦.୭କୋଟି ଉପଭୋକ୍ତା ହାସଲ କରିବାରେ ସାହାଯ୍ୟ ମିଳିଥିଲା । ଜିଓର ରାଜସ୍ୱ ମାର୍କେଟ୍ ଶେୟାର ପାଖାପାଖି ୩୧% ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ