ମୂଳନିବାସୀ ଏକତାମଞ୍ଚ ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ
ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଛୋକ ଠାରେ ମୂଳନିବାସୀ ଏକତାମଞ୍ଚ ସଂଗଠନ ପକ୍ଷରୁ ୩୫୦’ଟି ମାସ୍କ ବଣ୍ଟନ କରାଯାଇଛି।ବର୍ତ୍ତମାନ ବଜାରରେ ମାସ୍କର ଘୋର ଅଭାବ ରହିଛି କିମ୍ବା ମାସ୍କର ଦାମ ଆକାଶ ଛୁଆଁ ରହିଛି ଯାହା ଫଳରେ ସାଧାରଣ ଲୋକଟିଏ ଇଚ୍ଛା ଥାଇ ମଧ୍ୟ ମାସ୍କ ବ୍ୟବହାର କରିପାରୁ ନାହିଁ।ଏ ପରିସ୍ଥିତିରେ ମୂଳନିବାସୀ ଏକତାମଞ୍ଚ ପକ୍ଷରୁ ବିନା ମୂଲ୍ୟରେ ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କ ବଣ୍ଟନ କରାଯାଇଥିବାରୁ ଏବଂ ତାଙ୍କର ମହତ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।ମୂଳନିବାସୀ ଏକତାମଞ୍ଚ ସଂଗଠନ ଅଧ୍ୟକ୍ଷ ରାମଚନ୍ଦ୍ର ହେମ୍ବ୍ରମ,ବାବାତିଲକା ପାଠାଗାର ପ୍ରତିଷ୍ଠାତା ରାମମଦାଶ ମୁର୍ମୁ ଓ ସଂଯୋଜକ ପିତାମ୍ବର ମୁର୍ମୁ୍’ଙ୍କ ଉପସ୍ଥିତିରେ ସଂଗଠନର ସଦସ୍ୟା ସୁଶ୍ରୀ ବିରୋଜା ମଣ୍ଡଳ,ଶ୍ରୀମତୀ ମଞ୍ଜରୀ ବେହେରା ଓ ସୁଶ୍ରୀ ଧନମତୀ ମହାନ୍ତ ପ୍ରମୁଖ ମାସ୍କ ବଣ୍ଟନ କରିଥିଲେ।ଅପରାହ୍ନ ୪’ଟା ସମୟରେ ପରିବାପତ୍ର କିଣିବାକୁ ବାହାରିଥିବା ଆଖପାଖ ଅଞ୍ଚଳର ଲୋକେ ଏବଂ ଅନ୍ୟାନ୍ୟ ଜରୁରୀ କାମରେ ଯିବା ଆସିବା କରୁଥିବା ଲୋକେ ପରସ୍ପର ମଧ୍ୟରେ ବ୍ୟବଧାନ ରଖି ମାସ୍କ ଗ୍ରହଣ କରିଥିଲେ।ତେବେ ସଂଗଠନର ସଂଯୋଜକ ପିତାମ୍ବର ମୁର୍ମୁ’ଙ୍କ ପ୍ରଚେଷ୍ଟାରେ ମାସ୍କ ପାଇଁ କପଡା ଓ ଇଲାଷ୍ଟିକ ଯୋଗାଡ କରାଯିବା ପରେ ସଂଗଠନର ସଦସ୍ୟା ସାଲଗେ ମାର୍ଣ୍ଡି’ଙ୍କ ଦ୍ବାରା ଡିଜାଇନ ଏବଂ ସିଲେଇ କରାଯାଇ ମାସ୍କ ପ୍ରସ୍ତୁତ କରାଯାଇଥିଲା।


