ମୃଣାଲ ଠାକୁରଙ୍କ ଫିଟ୍ନେସର ଶ୍ରେୟ ହ୍ରିତିକ ଏବଂ ଜନ୍
(ଯୁଗାବ୍ଦ ନ୍ୟୁଜ): ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ଯିଏକି ବାଟଲା ହାଉସ୍ ଏବଂ ସୁପର ୩୦ ହିନ୍ଦି ଚଳଚିତ୍ର ମାଧ୍ୟମରେ ସଫଳତାର ଶୀର୍ଷରେ ପହଞ୍ଚିବା ସହ ନିଜର ଅଭିନୟ କୌଶଳ ଏବଂ ନିଖୁଣ ତ୍ୱଚା ପାଇଁ ପ୍ରଶଂସାର ପାତ୍ରି ହୋଇଛନ୍ତି । ଟାଟା ସ୍କାଏ ଫିଟ୍ନେସ୍ ର ଫିଟ ଏବଂ ଫେମସ ଚାଟ୍ ସୋ ରେ ମୃଣାଲ ଠାକୁର ନିଜର ଫିଟନେସର ସିକ୍ରେଟ ବିଷୟରେ ସୁଚନା ଦେଇଛନ୍ତି ଏବଂ କିଭଳି ହ୍ରିତିକ ରୋଶନ ଏବଂ ଜନ୍ ଆବ୍ରାହମ ତାଙ୍କ ପରି ଦୀର୍ଘମିଆଦି ସ୍ୱାସ୍ଥ୍ୟକୁ ଆପଣେଇବା ପାଇଁ ପରାମର୍ଶ ଦେଇଛନ୍ତି । ନିଜର ଫିଟନେସ ବିଷୟରେ ସୁଚନା ଦେଇ ମୃଣାଲ ଠାକୁର କହିଛନ୍ତି ଯେ ସୁଟିଙ୍ଗ ସେଟରେ ବ୍ୟସ୍ତ ଥାଇ ମଧ୍ୟ ସେ କିଭଳି ନିଜର ଖାଦ୍ୟ ପେୟରେ ସଂନ୍ତୁଳନ ରକ୍ଷା କରନ୍ତି ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ହ୍ରିତିକ ରୋଶନ ଏବଂ ଜନ୍ ଆବ୍ରାହମ ଦୁଇଜଣ ଗୋଟିଏ ମନ୍ତ୍ର କୁ ପାଳନ କରିଥାନ୍ତି- ଖାଦ୍ୟପେୟ ଫିଟନେସର ମୁଖ୍ୟ ଆବଶ୍ୟକୀୟ ଅଂଶ ଅଟେ ।ସୁଚନାଯୋଗ୍ୟ, ହ୍ରିତିକ ରୋଶନ ଫିଲ୍ମ ସୁପର ୩୦ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ୭କେଜି ଓଜନ କମାଇବାର ଥିଲା ଏବଂ ସେଥିପାଇଁ ସେ ସିଝା ବ୍ରୋକୋଲି ଏବଂ ଚିକେନ ବିନା ଲୁଣରେ ଖାଉଥିଲେ । ଯେତେବେଳେ ସେ ଟାଇମ ପାଉଥିଲେ ସଙ୍ଗେ ସଙ୍ଗେ ସେ ଜିମରେ ଯୋଗ ଦେଉଥିଲେ । ତାଙ୍କର ନିଜର ଫିଟନେସ ପ୍ରତି ସମର୍ପଣ, ମୃଣାଳଙ୍କୁ ପ୍ରଭାବିତ କରିଥିଲା ।ଏହା ଛଡା ବାଟଲା ହାଉସ୍ରେ ଜନ୍ ଆବ୍ରାହମ ସବୁବେଳେ ସୁଟିଙ୍ଗ ସେଟରେ ବହୁତ ଗୁଡିଏ ଫିଟନେସ ଟିପସ୍ ଦେଇଥାନ୍ତି । ଏହି ଦୁଇ ଜଣ ଙ୍କ ଠାରୁ ଫିଟନେସ୍ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପସ୍ ପାଇଲି ଯେ ଫିଟନେସ ପାଇଁ ସବୁବେଳେ ଭଲ ଏବଂ ସୁଷମ ଖାଦ୍ୟ ଖାଇବା ଜରୁରି ଅଟେ ।