ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବିପତ୍ତି ସମୟର ବନ୍ଧୁ ଭାବେ ପରିଚିତ। ଦଳ ମତ ନିର୍ବିଶେଷରେ ନିଜ ପୋଲସରା ନିର୍ବାଚନ ମଣ୍ଡଳୀର ଯେ କୌଣସି ବିପତ୍ତି ସମୟରେ ମନ୍ତ୍ରୀ ସମସ୍ତଙ୍କ ନିକଟକୁ ଯାଇ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛନ୍ତି। ପଞ୍ଚାୟତ ଲୋକପ୍ରତିନିଧି ଥିବା ବେଳେ ନିଜ ଅଞ୍ଚଳରେ ବିପତ୍ତି ସମୟରେ ସହଯୋଗ କରୁଥିବା ବେଳେ ବିଧାୟକ ହେବାପରେ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ବିପତ୍ତି ସମୟରେ ସେହି ପରିବାର ନିକଟକୁ ନିଶ୍ଚିତ ଭାବେ ଯାଇଥାନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ଘୋଡାପଡା ଗ୍ରାମର ୪୨ ବର୍ଷ ବୟସ୍କ କନକ ସ୍ବାଇଁ ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଅଗଷ୍ଟ ୨୮ ତାରିଖ ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ନରେନ୍ଦ୍ର ଦେବତା ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ