ମୃତକଙ୍କ ପରିବାରକୁ ମିଳିଲା ବୀମା ରାଶି

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଆବୁଲୁପୁରା ଗ୍ରାମର ବିନୋଦ ଦାସଙ୍କ ପୁଅ ଘନଶ୍ୟାମ ଦାସ ନିଜ ପରିବାର ଲୋକଙ୍କ ଅଜାଣତରେ ଛେନାପଦିଛକସ୍ଥିତ ଏସ.ବି.ଆଇ. ସି.ଏସ.ପିରୁ ୧୨ଟଙ୍କାର ଏକ ଜୀବନବୀମା କରିଥିଲେ । ତାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଅଜ୍ଞ ଥିଲେ । ଗତ ୨୦୧୯ରେ ଏକ ସଡକ ଦୁର୍ଘଟଣାରେ ଘନଶ୍ୟାମଙ୍କ ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ଛେନାପଦିଛକସ୍ଥିତ ଏସ.ବି.ଆଇ. ସି.ଏସ.ପିର ପରିଚାଳକ ପ୍ରୀୟବ୍ରତ ସାମଲ ଗଣମାଧ୍ୟମରୁ ଜାଣିବାପରେ ତୁରନ୍ତ ତାଙ୍କ ଘରକୁଯାଇ ମୃତ ଘନଶ୍ୟାମଙ୍କ ବାପା ମାଙ୍କୁ ତାଙ୍କ ପୁଅ ଏକ ବୀମା କରିଥିଲେ ତେଣୁ ତୁରନ୍ତ ବୀମାରାଶି ପାଇବା ପାଇଁ ଦରଖାସ୍ତ କରିବାକୁ ପରାମର୍ଶ ଦେବାରୁ ପରିବାର ଲୋକେ ବୀମାପାଇଁ ଆବେଦନ କରିଥିଲେ । କରୋନା ପାଇଁ ଟିକେ ବିଳମ୍ବ ହେଲେ ମଧ୍ୟ ଆଜି ତାଙ୍କ ବାପା ଓ ମାଙ୍କୁ ଛେନାପଦିଛକ ସ୍ଥିତ ଏସ.ବି.ଆଇ. ସି.ଏସ.ପି ଶାଖାକୁ ଡକାଯାଇ ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ଓ ସିଏସପି ପରିଚାଳକଙ୍କ ଉପସ୍ଥିତିରେ ନୋମିନି ଥିବା ମୃତକଙ୍କ ବାପା ବିନୋଦ ବିହାରୀ ଦାସଙ୍କୁ ୨ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରିଥିଲେ । ଅନେକ ଏକମାତ୍ର ପୁଅକୁ ହରାଇ ଅତି ଦୁଖଃକଷ୍ଟରେ କାଳାତିପାତ କରୁଥିବା ବେଳେ ଏହି ବୀମାଟଙ୍କା ତାଙ୍କର ଦୁଖଃକୁ କିଛି ମାତ୍ରାରେ ଲାଘବ କରିପାରିବ ବୋଲି ବାପା’ ମା’ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ