ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମନ୍ତ୍ରୀ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ-୧୩ ହନୁମାନ ନଗର ସାହିର ପଦ୍ମ ସାହୁ ଆକସ୍ମିକ ମୃତ୍ୟ ବରଣ କରିଥିଲେ l ଖବର ପାଇ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ତାଙ୍କର ଆତ୍ମାର ସଦଗତି କାମନା କରିଥିଲେ।ମନ୍ତ୍ରୀଙ୍କ ସହ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଅଧ୍ଯକ୍ଷାଙ୍କ ପ୍ରତିନିଧି ଶିଶିର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ସାଂସଦ ପ୍ରତିନିଧି ମୋଚିରାମ ସାହୁ, କୃଷକ ନେତା ସତ୍ଯବାନ ପ୍ରଧାନ, ପଞ୍ଚୁ ଦାସ, ଓଁ ପ୍ରକାଶ ପ୍ରଧାନ ସମେତ ବ୍ଳକ ଓ ଏନଏସିର ବହୁ ବ୍ୟକ୍ତି ଉପସ୍ଥିତ ରହି ସମବେଦନା ଜଣାଇଥିଲେ।


