୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚର ଶିକ୍ଷକ ଓ ଛାତ୍ରଛାତ୍ରୀ ବୃନ୍ଦଙ୍କ ବନ୍ଧୁମିଳନ ଉତ୍ସବ ବ୍ରହ୍ମପୁର ହୋଟେଲ ଶଙ୍କର ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଣତୀ ଶତପଥୀ, ରବି ନାରାୟଣ ନାୟକ, କବିତା ପାତ୍ର, ରାମଚନ୍ଦ୍ର ନନ୍ଦ, ରଞ୍ଜିତ ପାତ୍ର, ଜୟଶ୍ରୀ ପାତ୍ର, ଗୌରୀଶଙ୍କର ପାଣିଗ୍ରାହୀଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାମଚନ୍ଦ୍ର ନନ୍ଦ ଓ କବିତା ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମିନତୀ ତ୍ରିପାଠୀ, ଜୟଶ୍ରୀ ପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶିକ୍ଷକମାନଙ୍କ ମଧ୍ୟରୁ ଶ୍ରୀ ଲିଙ୍ଗରାଜ ଜେନା, ଟି.ଦଣ୍ଡପାଣି ଦାଶ, ବାଳକୃଷ୍ଣ ପାଢୀ, ଦୁର୍ଯ୍ୟୋଧନ ଦୋରା, ବାଳକୃଷ୍ଣ ଖାଡଙ୍ଗା, ସୁବାଷ ଚନ୍ଦ୍ର ମହାରଣା, ଭଗବାନ ଚୌଧୁରୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଚିରଞିବୀ ଆଚାରୀ, ଦିବାକର ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀ ବୃନ୍ଦ ସମ୍ବର୍ଦ୍ଧନା ଓ ଉପହାର ପ୍ରଦାନ କରିବା ସହ ଗୁରୁ ଆଶ୍ରୀବାଦ ଗ୍ରହଣ କରିଥିଲେ। ପରିଶେଷରେ ଦିଲ୍ଲୀପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ