ମୃତ୍ୟୁକାଳୀନ ସହାୟତା ରାଶି ଲୁଟ୍ ଅଭିଯୋଗର ତଦନ୍ତ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ପ୍ରଦେଶ ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଭିଯୋଗ କରିଛି ଯେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀମାନେ ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶି ବାବଦ କୋଟି କୋଟି ଟଙ୍କା ହଡପ କରି ଶ୍ରମ କାର୍ଯ୍ୟାଳୟକୁ ଏକ ଦୁର୍ନୀତି ଗ୍ରସ୍ତ କାର୍ଯ୍ୟାଳୟ ରୂପେ ପରିଚିତ କରିଛନ୍ତି । ଯାହା ଫଳରେ ପୂର୍ବରୁ ପଡିରହିଥିବା ୪୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁକାଳୀନ ସହାୟତା ରାଶି ପ୍ରକୃତ ହିତାଧିକାରୀମାନେ ପାଇବାରୁ ବଞ୍ôଚତ ହୋଇଛନ୍ତି । ବିଗତ ଦିନରେ ଥିବା ଡିଏଲ୍‌ସି ମହେଶ୍ୱର ନାଏକ, ଡିଏଲ୍‌ଓ ହରପ୍ରିୟା ନାୟକ, ଏଏଲ୍‌ଓ ଦେବାଶିଷ ଜେନା ଓ ଡବ୍ଲ୍ୟୁସି ସଂଗ୍ରାମ ସାହୁ ମିଳିତ ଭାବେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏକ ଅରାଜକତା ସୃଷ୍ଟି କରି ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶିକୁ ଶ୍ରମ ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଗଣ୍ଡାକିଆ ଗ୍ରାମର ଚିତ୍ତରଞ୍ଜନ ସ୍ୱାଇଁ ବଞ୍ôଚ ଥାଉ ଥାଉ ତାଙ୍କୁ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କା ଅନ୍ୟ ଜଣେବ୍ୟକ୍ତି ନାମରେ ହଡପ କରିଛନ୍ତି । ଏସମ୍ପର୍କରେ କାର୍ଡଧାରୀ ଜାଣିବା ପରେ କେନ୍ଦ୍ରାପଡା ସଦର ଥାନାରେ ତତ୍କାଳୀନ ଡିଏଲ୍‌ସି- କମ୍ – ଡିଏଲ୍‌ଓ ମହେଶ୍ୱର ନାୟକ ଓ ଏଏଲ୍‌ଓ ଦେବାଶିଷ ଜେନାଙ୍କ ବିରୋଧରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏଏଲ୍‌ଓ ଶ୍ରୀ ଜେନାଙ୍କ ନାମରେ ଆଇ.ପି.ସି.ର ୪୨୦, ୪୭୧, ୪୬୮, ୪୬୭, ୩୪ ଭଳି ସଙ୍ଗୀନ ଦଫା ଲାଗିଥିବା ବେଳେ ସେ ଏବେ ବି କାର୍ଯ୍ୟାଳୟର ଚାରିକାନ୍ଥ ମଧ୍ୟରେ ବସି କୁଚକ୍ରାନ୍ତ କରି ଶ୍ରମିକମାନଙ୍କୁ ଶୋଷଣ କରିବାରେ ଲଗିପଡିଛନ୍ତି । ଏସବୁ ବିଷୟରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି । ଅତ୍ୟନ୍ତ ଦୁଃଖର ବିଷୟ ଏନ୍‌ଆଇସି ଥିବା ବେଳେ ଶ୍ରମ ଅଫିସ ମଧ୍ୟରେ ଶ୍ରମିକମାନେ ଆବେଦନ କରିଥିବା ବିବାହ, ମୃତ୍ୟୁକାଳୀନ ଓ ଶିକ୍ଷା ସହାୟତା ଆବେଦନ ଫର୍ମ ସବୁ ଆପେ ଆପେ କିପରି ହଜିଯାଉଛି ଓ ଚିରା ହୋଇ ଏଣେ ତେଣେ ଅଳିଆ ଗଦାରେ ବା ଲାଟିନ ଘରେ ପଡୁଛି ତାହା ବି ସନ୍ଦେହ ଘେରରେ ରହିଛି । ଦ୍ୱିତୀୟରେ ମହାକାଳପଡା ବ୍ଲକର ବଡିହି ଗ୍ରାମର ବିଶ୍ୱଜିତ ବେହେରା ୨୦୨୦ ମସିହାରେ ଦର୍ଶାଇ କରାଯାଇ ତାଙ୍କ ନାମରେ ନିର୍ମାଣ ଶ୍ରମିକ କାର୍ଡ କରି (ଓ ଡି କେ ଡି ପି ୦୦୧୧୪୪୩୪୯) ପୁନର୍ବାର ୩୦.୦୭.୨୦୨୧ରିଖରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ମୃତ୍ୟୁ ହୋଇଥିବା ଦର୍ଶାଇ ତାଙ୍କ ନାମରେ ମୃତ୍ୟୁକାଳୀନ ସହାୟତା ରାଶି ଆବେଦନ କରାଯାଇଛି । ନିଜସ୍ୱ ଦଲାଲମାନଙ୍କୁ ଧରି ଏହି ଅଧିକାରୀମାନେ ସେଲ୍ଫ ସାର୍ଟିଫିକେସନ୍‌ରେ ଆପ୍ରୁଭାଲ କରିଥିବା ହଜାର ହଜାର କାର୍ଡ ସବୁ ଯଦି ପୁନର୍ବାର ଯାଞ୍ଚ କରାଯାଏ ଏହିପରି ବହୁ ଘଟଣା ଧରା ପଡିବ ବୋଲି ଅଭିଯୋଗ ହୋଇଛି । ତେଣୁ ଏପରି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ହଡପ କରାଯାଇଥିବା କୋଟି କୋଟି ଟଙ୍କା ଶ୍ରମିକମାନଙ୍କ ସହାୟତା ରାଶିକୁ ଫେରସ୍ତ କରାଯିବାକୁ ଦାବି କରାଯାଇଛି । ଯଦି ୭ଦିନ ମଧ୍ୟରେ ଟଙ୍କା ଫେରସ୍ତ କରା ନଯାଏ ଓ ଦାବି ପୁରଣ ନହୁଏ ତେବେ ଆଗାମୀ ଦିନରେ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ରୂପେ ଅଚଳ କରି ଦିଆଯିବ ଏବଂ ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦାୟୀ ରହିବେ ବୋଲି ଓଡିଶା ପ୍ରଦେଶ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର କେନ୍ଦ୍ରାପଡା ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ସମ୍ପାଦକ ଶିବ ପ୍ରସାଦ ନାଥ, ଆଇଏନଟିୟୁସିର ରାଜ୍ୟ ସମ୍ପାଦକ ମୁକ୍ତାର ଖାଁ, ସିଆଇଟିୟୁ ଜିଲ୍ଲା ସଭାପତିର ଜଗତଜୀବନ ଦାସ ପ୍ରମୁଖ ପ୍ରଶାସନ ଓ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ