ମୃତ୍ୟୁ ବ୍ୟକ୍ତିଙ୍କ ଶବ ସଂସ୍କାର ପାଇଁ ବିଧାୟକଙ୍କ ସହଯୋଗ

ବୁଗୁଡା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ରାମଣ୍ଡା ଗ୍ରାମର ପ୍ରଦୀପ କୁମାର ପ୍ରଧାନ (ବୁଲୁ) ଛତିଶଗଡ଼ ରାଜ୍ୟର ରାଇପୁର ନିକଟସ୍ଥ ବୁନ୍ଦିଆ ରେଲୱେ ଷ୍ଟେସନରେ ରେଳ ମଧ୍ୟରେ ମୃତ୍ୟୁ ବରଣ କରିଥିବା ବେଳେ ସେଠାକାର ରେଳ ବିଭାଗ ପୋଲିସ ପ୍ରଦୀପଙ୍କ ଶବ ଜବତ କରି ମୃତକଙ୍କ ପରିବାରକୁ ଜଣାଇଥିଲେ। ପ୍ରଦୀପ ପ୍ରଧାନ ସୁରାଟରେ କାମ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଶେଷ ଖରାପ ହେବାଯୋଗୁଁ ନିଜ ଗ୍ରାମକୁ ଫେରୁଥିବା ବେଳେ ରେଳ ଭିତରେ ମୃତ୍ୟୁ ବରଣ କରିଥିଲେ। ବୁନ୍ଦିଆ ରେଳ ବିଭାଗ ପୋଲିସ ଖବର ପାଇ ପ୍ରଦୀପଙ୍କ ମରଶରୀରକୁ ଜବତ କରି ପରିବାରଙ୍କୁ ଖବର ଦେଇଥିଲେ। ଏହି ଦୁଃଖଦ ଖବର ଶୁଣିବା ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ ରାମଣ୍ଡା ଗ୍ରାମରେ ପହଁଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେଠାରେ ବିଧାୟକ ଶ୍ରୀ ସାହୁ ଆର୍ଥିକ ଅବସ୍ଥା ବିଶେଷ ଖରାପ ଥିବା ଯୋଗୁଁ ପ୍ରଦୀପିଙ୍କ ମର ଶରୀରକୁ ଦେଖିବା ପାଇଁ ପରିବାର ଲୋକେ ସେଠାକୁ ଯାଇ ପାରିନଥିବା ଶୁଣିବା ପରେ ଏକ କାର ଭଡ଼ାକରି ପ୍ରଦୀପଙ୍କ ଶବ ସଂସ୍କାର କରିବା ପାଇଁ ପରିବାର ଲୋକଙ୍କୁ ଛତିଶଗଡ଼ର ବୁନ୍ଦିଆକୁ ପଠାଇବା ବ୍ୟବସ୍ଥା କରି ସହାୟତାର ହାତ ବଢ଼ାଇଥିଲେ। ବିଧାୟକ ଶ୍ରୀ ସାହୁଙ୍କ ଏହିପରି ସହଯୋଗକୁ ବୁଦ୍ଧିଜୀବୀ ଓ ଗ୍ରାମବାସୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ