ମୃତ୍ୟୁ ମା ଝିଅଙ୍କ ପରିବାର ଙ୍କୁ ସହାୟତା ର ହାତ ବଢାଇଲା ହୋମଗାର୍ଡ ସଂଘ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ତ୍ରିଦେବ ନଗର ବସ୍ତିରେ ପାଚେରୀ ଭାଙ୍ଗି ମୃତ୍ୟୁ ବରଣ କରିଥିବା ସୁରତି ମାଝି ତାଙ୍କ ଚାରି ବର୍ଷର ଝିଅ ସହାନୀ ମାଝୀ ଙ୍କ ର ପରିବାର ବା ଆହତ ହେଇ ବ୍ରହ୍ମପୁର୍ ମେଡିକାଲ ରେ ଚିକିତ୍ସାଧିନ ଥିବା ବ୍ରଜବନ୍ଧୁ  ମାଝି ଙ୍କ ଅନାଥ ଦୁଇ ବର୍ଷର ଛୁଆକୁ ଫୁଲବାଣୀ ସ୍ଥିତ  ତ୍ରିଦେବ ନଗର ସାହିର ପାଳନ କରୁଥିବା କାମେଶର ମଲିକ ଙ୍କ ଘରେ ପହଞ୍ଚି ଅସହାୟ ଶିଶୁକୁ କିଛି ଶିଶୁ ଖାଦ୍ୟ ଏବଂ ନୂତନ ପୋଷାକ ଦେଇ ତାଙ୍କୁ ସାନ୍ତ୍ୟନା ଦେଇଛନ୍ତି I କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ର କର୍ମକର୍ତ୍ତା ମାନେ । ଉକ୍ତ ସମୟରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ , ଉପ ସଭାପତି , ବିରାଜ କୁମାର୍ ପ୍ରଧାନ , କୋଷାଧ୍ୟକ୍ଷ ଏସ୍ କେ,ରିହାଜୁଦିନ, ସାଫ୍ରିନ ଖାନ, ସରୋଜ ଦାସ, କୁମୁଦିନି , ସରସ୍ୱତୀ ନାୟକ ଏବଂ ତ୍ରିଦେବ ନଗର ବସ୍ତିର ସଭାପତି , ସୁରଥ କହଁର , ବୃଦ୍ଧିଜିବୀ ମହିଳା, ତାରାବତି ମାଝି, ଝୁନୁ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ