କିଶୋରୀ ବାଳିକା ଜୀବନ କୌଶଳ ଶିକ୍ଷା ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ବନ୍ଧଗଡ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ‘କିଶୋରୀ ବାଳିକା ଜୀବନ କୌଶଳ ଶିକ୍ଷା‘ ଶିର୍ଷକ ଏକ ଦୁଇଦିନିଆ ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଫିରଙ୍ଗିଆ ବ୍ଲକର ଅପହଞ୍ଚ ପାହିରାଜୁ, କୁଏରମାଣ୍ଡୁ, ବାଲନ୍ଦାପଡା, ଲୁଇସିଂ ଓ ପକାରି ଆଦି ପଞ୍ଚାୟତର ୨୫ରୁ ଅଧିକ କିଶୋରୀ ବାଳିକା ଯୋଗଦେଇଥିବା ବେଳେ ତାଲିମ୍‌ ଦାତା ଭାବେ ବିଶ୍ୱରଞ୍ଜନ କର ଉପସ୍ଥିତ ରହି ବିଭିନ୍ନ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପିଲାମାନେ କିପରି ନିଜର ପରିଚୟକୁ ସମାଜ ଆଗରେ ପ୍ରତିଷ୍ଠିତ କରିବାକୁ ବିଭିନ୍ନ ପଦକ୍ଷେପ ନେଇ ପାରିବେ ସେ ଉପରେ ଆଲୋକପାତ କରାଯାଇଥିଲା । ବିଶେଷ କରି ଆତ୍ମବିଶ୍ୱାସକୁ ବଜାଇ ରଖି କୃତକାର୍ଯ୍ୟ ହୋଇପାରିବେ, ଆବେଗକୁ ଚିହ୍ନି ବ୍ୟବହାର କରିବା ସହ ପରିବର୍ତନ ଆଣିପାରିବେ ଓ ମୌଳିକ ଯୋଗାଯୋଗ ମାଧ୍ୟମରେ ବିଭିନ୍ନ ଦିଗଗୁଡିକୁ ସୁଚାଇପାରିବେ । ଏହି ସବୁ ଦିଗରେ ବିଭିନ୍ନ କୌଶଳ ଅବଲମ୍ବନ କରି ପିଲାମାନଙ୍କୁ ହସି ଖେଳି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ କରି କିଶୋର ଅବସ୍ଥା ରୁ ନିଜେ ନିଜକୁ ସଚେତନତା କରିବାରେ ସକ୍ଷମ ହୋଇ, ନିଜର ଜୀବନ ଶୈଳୀରେ ପରିବର୍ତନ କରିବା ସହ ନିଜର ସାଙ୍ଗସାଥୀଙ୍କୁ ଗ୍ରାମ ସ୍ଥରରେ ସଚେତନ କରିବାରେ ସହଯୋଗ କରିପାରିବେ ସେ ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । କ୍ରାଏ, କୋଲକତା ସହାୟତାରେ ଅନୁଷ୍ଠିତ ଏହି ତାଲିମ୍‌ ଶିବିରରେ ତାଲିମ ପରିଚାଳନାରେ ସୌରଭ ପଣ୍ଡା, ଆଲୋକ ସାମନ୍ତରାୟ, ମାଣିକ ବେହେରା, ପ୍ରଭାସିନୀ ଦଳବେହେରା, ଅନୁପମା କହଁର ଓ ଅନନ୍ତ ଚରଣ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ