ମୃତ୍ୟ କଣ ଏମିତି ଆସେ

ମୟୁରଭଞ୍ଜ:- ଏମିତି କଣ ମୃତ୍ୟ ଆସେ ଚିକିତ୍ସା ପାଇଁ ମେଡିକାଲ ଯିବା ବାଟରେ ହେଲା ଦୁର୍ଘଟଣା । ଆଉ ସେହି ଦୁର୍ଘଟଣାରେ ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ମାଣ୍ଡଆ ନିକଟରେ ବୁଧବାର ବିଳମ୍ବିତ ରାତିରେ, ଏକ ସ୍କର୍ପିଓରେ ଝରାଡ଼ି ଅଞ୍ଚଳରୁ ଜଣେ ରୋଗୀକୁ କଟକ ବଡ ମେଡ଼ିକାଲକୁ ପରିବାରର ତିନିଜଣ ସଦସ୍ୟ ନେଉଥିବା ବେଳେ କରଞ୍ଜିଆ କୁଡ଼ୁମା ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ଉଦ୍ଧାର କାର‌୍ୟ୍ୟରେ ବିଳମ୍ବ ହୋଇଥିଲା । ଦୁର୍ଘଟଣା ପରେ ସ୍କର୍ପିଓରେ ଯାଉଥିବା ଚାରିଜଣଯାକ ଗାଡ଼ି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ, ଯାହା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାରେ ରୋଗୀଙ୍କ ସହ ଥିବା ତାଙ୍କ ଭଉଣୀ ଦୁତି ଓ ପୁତୁରା ଶ୍ରବଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ କଟକ ଏସସିବି ମେଡିକାଲକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ