ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ସମାଜସେବୀ ବିଶ୍ୱନାଥ ପ୍ରତାପ ଜେନା

ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ପୌରପରିଷଦ ୧ନଂ ୱାର୍ଡ ପଦ୍ମପୁର ନୁଆସାହିର ବାସିନ୍ଦାଶରତ ଚନ୍ଦ୍ର ସାମଲଙ୍କ ମୃତ୍ୟୁ ଘଟଣାପରେ ତାଙ୍କ ପରିବାରକୁ ଭେଟିଛନ୍ତି ଯୁବନେତା ତଥା ସମାଜସେବୀ ଇଂ ବିଶ୍ୱନାଥ ପ୍ରତାପ ଜେନା । ଗତକାଲି ବୈତରଣୀ ନଦୀପଠାରୁ ଶରତଙ୍କ ମୃତଦେହ ଉଦ୍ଧାର କରାଯାିଥିଲା । ସେ ଜଣେ କ୍ଷୁଦ୍ରଚାଷୀ ହୋଇଥିବାବେଳେ ଅନେକ ଧାର କରଜ କରିଦେଇଥିବାରୁ ସେହି ଚିନ୍ତାରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଳେଶଚନା ହେଉଛି । ଏ ଖବର ପାଇବା ପରେ ଆନନ୍ଦପୁରର ଯୁବ ବିଜେଡି ନେତା ତଥା ସମାଜସେବୀ ଇଂ ବିଶ୍ୱନାଥ ପ୍ରତାପ ଜେନା ପଦ୍ମପୁରରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ଘରର ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କ ବିଧବା ପତ୍ନୀଙ୍କୁ ଶୁଦ୍ଧିକ୍ରୀୟା ପାଇଁ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ତାଙ୍କର ଏପରି ପଦକ୍ଷେପକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ