ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ ଉଦଘାଟିତ, ଭଦ୍ରକକୁ ହରାଇ ଫାଇନାଲରେ ୟୁନିକ କେନ୍ଦୁଝର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନ ଅୁନୁକୁଳ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେକୁ ବିଶିଷ୍ଟ ସମାଜସେବୀ ତଥା ସଢ଼ା ସମବାୟ ସମିତିର ସଭାପତି ଅଲେଖ ଚନ୍ଦ୍ର ମଲ୍ଲିକ ଓ ମନୋଜ ପାତ୍ର ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିକ କେନ୍ଦୁଝର ଭଦ୍ରକର ଜେସିସି କୁ ୩ଉଇକେଟରେ ପରାସ୍ତକରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ଜେସିସି ଭଦ୍ରକ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୧୧୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଧିରଜ ବେହେରା ସର୍ବାଧିକ ୨୮ରନ କରିଥିଲେ । ତାର ଜବାବରେ ୟୁନିକ କେନ୍ଦୁଝର ଭଦ୍ରକ ୧୬ଓଭରରେ ୭ଉଇକେଟ ହରାଇ ୧୧୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଲଲାଟ କେଶରୀ ନନ୍ଦ ଓ ଶାନ୍ତନୁ କୁମାର ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା ଅଭିନ୍ନ କୁମାର ଜେନା, ପ୍ରୀୟବ୍ରତ ରାଉତ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଆଜାରୁଦ୍ଦିନ ଓ ସୟଦ ହାସିମ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସଭାପତି ସୁଧାଶୁଂ ଭୂଷଣ ମଲ୍ଲିକ ଅତିଥି ଭାବେ ଯୋଗଦେଇ ୟୁନିକ କେନ୍ଦୁଝରର ଯଶୋବନ୍ତ ମାଝୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଉପସଭାପତି ପ୍ରଦ୍ୟୁମ୍ନ ରାଉତ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ସହ ସମ୍ପାଦକ ଧନଞ୍ଜୟ ପାତ୍ର, କୋଷାଧ୍ୟକ୍ଷ ଜନ୍ମେଜୟ ପାତ୍ର , ଦେବବ୍ରତ ରାଉତ, ତରଣୀସେନ ମଲ୍ଲିକ,ଶୁକଦେବ ସାହୁ, ସନ୍ତୋଷ ଜେନା, ଖଗେଶ୍ୱର ମଲ୍ଲିକ, ସୁଶାନ୍ତ ଜେନା, ରତ୍ନାକର ସାହୁ, ବୈଲୋଚନ ପାତ୍ର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଡିଆରକେ ବାରିପଦା ଓ ବରହମପୁର ଇଲେଭେନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ