ମୃତ ଦାଦନ ଶ୍ରମିକଙ୍କ ମରଶରୀର ଆଣିବା ପାଇଁ ଜିଲ୍ଲାପ୍ରଶାସନ ଉଦ୍ୟମ

ଛତ୍ରପୁର : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ପକ୍ଷରୁ ବାରମ୍ବାର ସଚେତନା କରାଯାଉଥିବା ସତ୍ତେ୍ୱ ଜିଲ୍ଲାର ଶ୍ରମିକ ମାନେ ଦାଦନ ଯାଇ ଠକାମୀ ଶିକାର ହେଉଛନ୍ତି । ଯାହାଫଳରେ ସେମାନଙ୍କ ପରିବାର ବର୍ଗ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ନିଜେ ଦାଦନ ଶ୍ରମିକ ମାନେ ଅସୁବିଧାରେ ପଡୁଛନ୍ତି । ଜିଲ୍ଲାପ୍ରଶାସନ ଏବଂ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ଯେଉଁ ମାନେ ଦାଦନ ଯାଉଛନ୍ତି । ସେମାନେ ପଞ୍ଚାୟତସ୍ତରରେ ପଞ୍ଜିକୃତ ହୋଇ ସଠିକ୍ ରାସ୍ତାରେ ଯିବା ନିମନ୍ତେ ସଚେତନତା କରାଯାଉଛି । ପଞ୍ଚାୟତସ୍ତରରେ ପଞ୍ଜିକୃତ ହେଲେ ସେମାନଙ୍କ ଡାଟାବେସ୍ ରହିବ । ଯାହାଦ୍ୱାରା ଖୁବ୍ ଜଣାପଡିବ ଯେ ସେ କେଉଁ ଜାଗା କୁ ଯାଇଛି । ଅପରକ୍ଷରେ ଦାଦନ ଶ୍ରମିକ ମାନେ ମୋଟାଆକାରରେ ଅର୍ଥ ଉପୁଜିବା ନିମନ୍ତେ ଦଲାଲ ମାନଙ୍କର ଠାକାମୀର ଶୀକାର ହୋଇ ଦାଦନ ଖଟିବାକୁ ଯାଇଥାନ୍ତି । ଯାହାଫଳରେ ଦଲାଲ ଶ୍ରମିକ ମାନଙ୍କୁ ଏଠାରୁ ପଠାଇଲା ବେଳେ ମୋଟା ଆକାରରେ ଅର୍ଥ ମିଳିବ ଏବଂ ଭଲ କାମ ମିଳିବ ବୋଲି କହି ପଠାଉଛନ୍ତି । ମାତ୍ର ବାହାର ଦେଶକୁ ଗଲାବେଳେ ଶ୍ରମିକ ମାନେ ଦଲାଲ କହିବା ଅନୁସାରେ ଅର୍ଥ ମିଳୁନି କି ସେ ପ୍ରକାର କାମ ମିଳିନି । ଶ୍ରମିକ ମାନେ ଦଲାଲା ମାନଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଇ ପାସଫୋଟ ଓ ଭିସା କରି ସୁନା ରୂପା ବନ୍ଧକ ପକାଇ ଅର୍ଥ ଲଗାଇଯାଇଥାନ୍ତି । ମାତ୍ର ସେଠାରେ କିଛି ଅର୍ଥ ଉପାର୍ଜନ କରିବା ନିମନ୍ତେ । ଏହା ଖାସ କରି ଜିଲ୍ଲାର ଖଲିକୋଟ, ଗେଗୁନିଆପଡା ବ୍ଲକ ଅଂଚଳ ବହୁ ଦାଦନ ଶ୍ରମିକ ଯାଉଥାନ୍ତି । ଏନେଇ ଗତ କିଛି ଦୁବାଇରେ ୧୮ଜଣ ଶ୍ରମିକ କିଛି କାମ ଅର୍ଥ ମିଳୁନଥିବା ନେଇ ତାଙ୍କ ପରିବାର ବର୍ଗକୁ ଭିଡିଓ ମାଧ୍ୟମରେ କହିବା ପରେ ପରିବାର ବର୍ଗ ଜିଲ୍ଲାପ୍ରଶାସନ ଓ ଶ୍ରମବିଭାଗର ଦ୍ୱାରସ୍ଥ ହୋଇ ଦୁବାଇରେ ପସିଥିବା ଶ୍ରମିକ ମାନଙ୍କୁ ଆଣିବା ନିମନ୍ତେ କହିଥିଲେ । ଜିଲ୍ଲାପ୍ରଶାସନ ଓ ଶ୍ରମବିଭାଗର ମିଳିତ ଆନୁକୂଲ୍ୟରେ ୬ଜଣ ଶ୍ରମିକ ଆସିଥିବା ବେଳେ ୧୨ଜଣ ଶ୍ରମିକ ଆସିବା ନିମନ୍ତେ କାର୍ଯ୍ୟ କରୁଛନ୍ତି । ସେହିପରି ଗତ ୧୧ମାସ ତଳେ ଖଲିକୋଟ ବ୍ଲକର ପଥରା ଗ୍ରାମର ନିର୍ମାଣ ଶ୍ରମିକ ବସନ୍ତ କୁମାର ସାଧବ କାମ କରିବାକୁ ଆବୁଧାବି ଯାଇ ସେଠାରେ ମୃତ୍ୟୁବରଣ କରିଥିଲେ । ଏନେଇ ତାଙ୍କ ପରିବାର ବର୍ଗ ଜିଲ୍ଲାପ୍ରଶାସନ ଓ ଶ୍ରମ ବିଭାଗ ଙ୍କୁ ତାଙ୍କ ମରଶରୀର ଆଣିବା ନିମନ୍ତେ ଗୁହାରୀ କରିଥିଲେ । ୯ଦିନ ପରେ ଜିଲ୍ଲାପ୍ରଶାସନ ଏବଂ ଶ୍ରମବିଭାଗର ତତ୍ତ୍ୱାବଧାନରେ ଗତ ୧୦ତାରିଖ ଦିନ ଅଣାଯାଇଥିଲା ଏବଂ ସେ ନିର୍ମାଣ ଶ୍ରମିକ ହୋଇଥିବାରୁ ତାଙ୍କ ପରିବାର ବର୍ଗକୁ ୨ଲକ୍ଷ ୫ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲ।।
ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁବରଣ ଘଟଣା ନଜରକୁ ଆସିଛି ସେମାନଙ୍କ ପରିବାର ତାଙ୍କର ମରଶରୀର ଆଣିବା ପାଇଁ ଜିଲ୍ଲାପ୍ରଶାସନ ଓ ଶ୍ରମ ବିଭାଗର ଦ୍ୱାରାସ୍ଥ ହୋଇଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ମୃତ ଦାଦନ ଶ୍ରମିକଙ୍କ ମରଶରୀର ଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ମୃତ ଦାଦନ ଶ୍ରମିକ ହେଉଛନ୍ତି ଖଲିକୋଟ ବ୍ଲକର କୈଠର ଗ୍ରାମର ଜୟ ଦଳେଇ (୪୫) । ସେ ବିଗତ ୮/୯ ବର୍ଷ ଧରି ଦୁବାଇରେ କାର୍ଯ୍ୟକରୁଥିଲେ ଏବଂ ବେଳେ ବେଳେ ଗ୍ରାମକୁ ଆସି ଯାଉଥିଲେ । ଶେଷଥର ପାଇଁ ସେ ୧୮ମାସ ପୂର୍ବେ ଖୋର୍ଦ୍ଧା ଜିଲ୍ଲାର ବରକୁଳ ଅଂଚଳ ଗଡଦ୍ୱାର ଗ୍ରାମର ଏକ ଦାଦନ ଏଜେଣ୍ଟ ସଞ୍ଜୟ ସ୍ୱାଇଁ ଜିରିଆରେ ଭୂବନେଶ୍ୱର ଗଲେ ଏବଂ ସେଠାରୁ ବିମାନ ଯୋଗେ ଦୁବାଇ ଗଲେ । ତାଙ୍କର ପାସପୋର୍ଟ ନଂ ହେଲା ବି୩୮୪୧୯୯୪ ଏବଂ ସେଠାରେ ଥିବା ଏଏସଜିସି କଣ୍ଟାଣ୍ଟିସନ ଏଲଏଲସି (ଦୁବାଇ) ନାମକ ଏକ କଂପାନୀରେ ମିସ୍ତ୍ରୀ ଭାବେ କାମ କରୁଥିଲେ । ଜୟ ଦଳେଇଙ୍କ ଗତ ୧୬.୦୮.୨୦୧୯ ତାରିଖ ଦିନ ୩ଟାରେ ହଠାତ୍ ତାଙ୍କୁ ବାନ୍ତି ହେଲା ଓ ପରେ ହୃତଘାତରେ ମୃତ୍ୟହେଲା ବୋଲି ଆମେ ଜାଣିବାକୁ ପାଇଲୁ ବୋଲି ମୃତ ଜୟ ଦଳେଇଙ୍କ ସ୍ତ୍ରୀ ହାର ଦଳେଇ ଛତ୍ରପୁର ଶ୍ରମ ଅଧିକାରୀଙ୍କୁ ଏକ ଲିଖିତ ବୟାନରେ କହିଛନ୍ତି । ତେଣୁ ତାଙ୍କର ସ୍ୱାମୀ ମୃତ ଜୟ ଦଳେଇଙ୍କ ମରଶରୀର ଏଠାକୁ ଆଣିବା ନିମନ୍ତେ ଅନୁରୋଧ କରିଛନ୍ତି । ସେ ନିହାତି ଗରୀବ ଶ୍ରେଣୀର ଲୋକ ଅଟନ୍ତି । ଏହାପରେ ଶ୍ରମ ବିଭାଗ ପକ୍ଷରୁ ମୃତ ଜୟ ଦଳେଇଙ୍କ ମରଶରୀର ଆଣିବା ପାଇଁ ଚିଠି ଲେଖାଯାଇଛି । ସେହିପରି ଆଉ ଏକ ଦାଦନ ଶ୍ରମିକ ଘଟଣା ମଧ୍ୟ ନଜରକୁ ଆସିଛି । ଖଲିକୋଟ ବ୍ଲକର ପାରିନୂଆଗାଁର ହଜାରୀ ବେହେରାଙ୍କ ପୁଅ ସନ୍ତୋଷ ବେହେରା ଗତ ସେପ୍ଟମ୍ବର ମାସ ୧୧,୨୦୧୮ରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ତେନ୍ତୁଳିଆଢିଅ ଗ୍ରାମ ର ଗୋପୀ ପ୍ରଧାନ ନାମକ ଏକ ଦାଦନ ଏଜେଣ୍ଟ ଦ୍ୱାରା ପ୍ରଲୋଭନର ଶୀକାର ହୋଇ ଦୁବାଇ କାମ କରିବାକୁ ଯାଇଛନ୍ତି । ସେଠାରେ ଜୁଲାଇ ମାସ ପର୍ଯ୍ୟନ୍ତ ଠିକ୍ ଠାକ ଭାବେ କାମ କରିଥିଲେ । ଏହାପରେ ତାଙ୍କୁ ଠିକ୍ କାମର ଟଙ୍କା ମିଳୁନାହିଁ କି ଏଠାକୁ ଆସିବା ନିମନ୍ତେ ସୁବିଧା କରାଯାଉ ନାହିଁ । ତେଣୁ ଦୁବାଇରେ ଫସିଥିବା ଦାଦନ ଶ୍ରମିକ ସନ୍ତୋଷ ବେହେରାଙ୍କୁ ଏଠାକୁ ଆଣିବା ନିମନ୍ତେ ତାଙ୍କ ବାପା ହଜାରୀ ବେହେରା ଜିଲ୍ଲାପ୍ରଶାସନର ଦ୍ୱାରାସ୍ଥ ହୋଇଛନ୍ତି । ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ତାଙ୍କ ବୟାନ ରେକଡ କରାଯାଇ ତାଙ୍କ ପୁଅ ସନ୍ତୋଷ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ