ମୃତ ଦେହ ଉଦ୍ଧାର
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରେ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ପରିଚୟ ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଗଣୁଆ ଗ୍ରାମର ବାସୁ ନାଏକ (୫୫) ବୋଲି ଜଣାପଡିଛି । ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ , ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ଭଉଣୀ ଘର ପୁରୁଣାଡିହି ଗ୍ରାମରେ ରହୁଥିଲେ । ସେ ଯକ୍ଷ୍ମାରୋଗରେ ଦୀର୍ଘଦିନ ହେବ ପିଡୀତ ଥିଲେ । ଶନିବାର ଦିନ ବାସୁ ନାଏକଙ୍କ ମୃତ ଦେହ କାଲିମାଟି ଗ୍ରାମ ଦୋଳମଣ୍ଡପ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ବାମେବାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।