ମୃତ ପୂର୍ବତନ ନୌସୈନିକଙ୍କ ପରିବାରଙ୍କୁ ଭେଟନାରୀ କ୍ଲବ ପକ୍ଷରୁ ସହାୟତା ରାଶି ପ୍ରଦାନ
ଛତ୍ରପୁର,( ଯୁଗାବ୍ଦ ନୁ୍ୟଜ୍) : ଗତ ସେପ୍ଟେମ୍ବର ୧ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ନୌସୈନିକ ତଥା କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନାର କର୍ମଚାରୀ ମୃତ ଏସ୍.କେ.ସାହୁଙ୍କ ପରିବାରକୁ ବୁଧବାର ଓଡିଶା ଭେଟନାରୀ କ୍ଲବ୍ ପକ୍ଷରୁ ଏକଲକ୍ଷ ୫୩ ହଜାର ୯୦୯ ଟଙ୍କା ସହାୟତା ରାଶି ପ୍ରଦନା କରାଯାଇଛି । ମୃତ କର୍ମଚାରୀ ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗ୍ରାମର ବାସିନ୍ଦା ହୋଇଥିବାରୁ କ୍ଲବର ପୂର୍ବତନ ନୌସୈନିକ ସାମୁଦ୍ରିକ କମାଣ୍ଡେଣ୍ଟ ତଥା ସେନା ମେଡାଲ୍ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସଭାପତି ବିଦ୍ୟାଧର ନାୟକ, ଉପସଭାପତି ହରପ୍ରସାଦ ଦୋରା, ପରାମର୍ଶଦାତା ସମରେନ୍ଦ୍ର ପରିଡା ଓ ଗୋପିନାଥ ମିଶ୍ର ଚିକଲଖଣ୍ଡି ଗ୍ରାମକୁ ଗସ୍ତ କରି ମୃତ କର୍ମଚାରୀଙ୍କ ପତ୍ନୀ ହେମଲତା ସାହୁଙ୍କୁ ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ ।