ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମୀକ୍ଷା ବୈଠକ

ଛତ୍ରପୁର,( ଯୁଗାବ୍ଦ ନୁ୍ୟଜ୍) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ଜିଲ୍ଲାରେ ନିର୍ଭୟ କଢି ଓ ସ୍ୱୟଂସିଦ୍ଧା ଯୋଜନା ଶୁଭାରମ୍ଭ ହେବ । ବାଲ୍ୟ ବିବାହ ରୋକିବା ଏବଂ କିଶୋରୀମାନଙ୍କୁ ସମ୍ମାନରେ ବଞ୍ଚିବା ପାଇଁ ନିର୍ଭୟ କଢି କାର୍ଯ୍ୟକ୍ରମ ରହିଥିବା ବେଳେ ବନ୍ୟା ଓ ବାତ୍ୟା ସମ୍ବନ୍ଧରେ ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ସେଚତନତା କରିବା ପାଇଁ ସ୍ୱୟ ସହାୟିକା ମହିଳା ଗୋÂୀମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମର ମୂଳ ଉଦେ୍ଧଶ୍ୟ ରହିଛି । ନିର୍ଭୟ କଢି ପାଇଁ ଜିଲ୍ଲାର ପ୍ରତ୍ୟେକ ଦ୍ୱିତୀୟ ଶନିବାର ରହିଥିଲା ତାହାକୁ ପରିବର୍ତ୍ତନ କରି ଦ୍ୱିତୀୟ ରବିବାର ଦିନ ସ୍ଥିର କରାଯାଇଛି । ସେହିପରି ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମ ନିମନ୍ତେ ପ୍ରତି ଗ୍ରାମପଞ୍ଚାୟତରେ ୫୦ ଜଣିଆ ସ୍ୱୟଂ ସହାୟିକା ମହିଳାମାନଙ୍କୁ ଏକତ୍ରିତ କରାଯିବ । ସେହିପରି ଜିଲ୍ଲାର ୫୦୩ ଗୋଟି ପଞ୍ଚାୟତରେ ଉକ୍ତ ଦିନରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁÂିତ ହେବ । ଏଥିରେ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ରହିବେ । ସେହିପରି ଗର୍ଭବତୀ ମା’ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିଭିନ୍ନ କାର୍ଯ୍ୟସେବା ପାଇଁ ଏକ ‘ଆପ୍’ ପ୍ରସ୍ତୁତ କରାଯିବ । ଅକ୍ଟୋବର ୧ ତାରିଖ ସୁଦ୍ଧା ଜିଲ୍ଲାରେ ଏହି ଆପ୍ ପ୍ରସ୍ତୁତ ହେବ । ଏହି ଆପ୍ରେ ଗର୍ଭବତୀ ମା’ଙ୍କ ମମତା କାର୍ଡରେ ଯେଉଁ ସୁବିଧା ରହୁଛି ସେ ସମସ୍ତ ରିପୋର୍ଟ ରହିବ । ଯେଉଁ ଦିନ ଗର୍ଭବତୀ ମା’ମାନେ ଅଙ୍ଗନବାଡି କେନ୍ଦ୍ରକୁ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଆସିବେ ଉକ୍ତ ଦିନରେ ‘ଗୋଦ ଭରାଇ ଉତ୍ସବ’ ପାଳନ କରାଯିବ । ସେହିଦିନ କେନେ୍ଦ୍ର କୁମ୍ଭ ଏବଂ ଗର୍ଭବତୀ ମା’ଙ୍କ ବିଭିନ୍ନ ସ୍ୱାଗତ ନିମନ୍ତେ ଆୟୋଜନ କରାଯିବ । ଉକ୍ତ ଦିନରେ ଗର୍ଭବତୀ ମା’ଙ୍କ ସୁବିଧା ନିମନ୍ତେ ପ୍ରସ୍ତୁତ ହୋଇଥିବା ବୁକ୍ ଲେଟ୍ ସେମାନଙ୍କୁ ପ୍ରଦାନ କରାଯିବ । ସେହିପରି ମୋ ଛତୁଆ କାର୍ଯ୍ୟକ୍ରମ ପ୍ରତି ମାସର ୨୩ ତାରିଖରେ ଛତୁଆ ନିମନ୍ତେ ମିଶ୍ରଣ କରାଯିବ ଏବଂ ମାସର ୧ ତାରିଖରେ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ହେବ । ଜିଲ୍ଲାର ଚିହ୍ନଟ ହୋଇଥିବା ଅତିଶ୍ରୟ ପୁଷ୍ଟିହୀନତା ଶିଶୁଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚିକିତ୍ସା କରାଯାଇ ସୁସ୍ଥ କରାଯିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ଯେଉଁ ବ୍ୟାଙ୍କ୍ ଗୁଡିକ ମମତା ଯୋଜନାରେ ସହଯୋଗ କରୁନାହାନ୍ତି ସେହି ବ୍ୟାଙ୍କ ତାଲିକା ଜିଲ୍ଲାପାଳଙ୍କୁ ଆଜି ପ୍ରଦାନ କରାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ବି ସିନେ୍ଧ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ସ୍ୱାସ୍ଥ୍ୟ ବିଭାଗର ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଡିପିଏମ୍ ଅରୁଣ କୁମାର ନାୟକ, ମିସନ ଶକ୍ତିର ଜିଲ୍ଲା ସଂଯୋଜକ ସ୍ୱାସତ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ